ଭଞ୍ଜନଗର:ଜନ୍ମ କଲା ପୁଅସାଜିଲା ସଇତାନ । ପୁଅର ଛୁରାମାଡରେ ବାପା ମୃତ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା ପଢାଳ ଗ୍ରାମରେ । ସାମାନ୍ୟ ବଚସାକୁ କେନ୍ଦ୍ର କରି ନିଜ ବାପାକୁ ଛୁରୀ ଭୁସି ହତ୍ୟା କଲା ନିଶାସକ୍ତ ପୁଅ । ଏହି ହତ୍ୟା କାଣ୍ଡଟି ଗତ ରାତିରେ ଘଟିଥିବାବେଳେ ବାପା ଦେବରାଜ ନାହାକଙ୍କ ମୃତ୍ୟ ହୋଇଛି ।
ତେବେ ସୂଚନା ଅନୁଯାୟୀ, ଗତ ରାତିରେ କୌଣସି କାରଣକୁ କେନ୍ଦ୍ରକରି ମୃତ ଦେବରାଜ ଓ ତାଙ୍କ ପୁଅ ଅରୁଣ ନାହାକଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ତେବେ ଏନେଇ ଅରୁଣ ନିଶାସକ୍ତ ଅବସ୍ଥାରେ ପ୍ରଥମେ ପରିବାରର ମା', ଭଉଣୀଙ୍କୁ ଆକ୍ରମଣ କରିଥିଲେ । ପରେ ରାଗ ଜର୍ଜରିତ ହୋଇ ନିଜ ବାପା ଦେବରାଜଙ୍କୁ ଗୋଟିଏ ଛୁରୀରେ ହାତକୁ ଆକ୍ରମଣ କରି ତଳେ ପକାଇ ଦେଇ ଛାତିକୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ ।