ବାରିପଦା: କୁହାଯାଏ, ଅଙ୍ଗଦାନ ମହତ ଦାନ । ଏଭଳି ଏକ ମହତ୍ ଦାନ କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅମରଦା ଗ୍ରାମର ସମାଜସେବୀ ମାନବ ମହାନ୍ତି । ସେ ନିଜ ମୃତ ପିତାଙ୍କ ସମ୍ପୂର୍ଣ୍ଣ ଶରୀର ଏଫ୍ଏମ୍ ମେଡିକାଲ କଲେଜକୁ ଦାନ କରିଛନ୍ତି(son donated father's deadbody to medical college) । ଶରୀର ମେଡିକାଲ ଛାତ୍ରଛାତ୍ରୀଙ୍କ ଗବେଷଣା କାର୍ଯ୍ୟରେ ବ୍ୟବହୃତ ହେବ । ସମାଜସେବୀଙ୍କ ଏହି ମହାନତା ଏବେ ଚାରିଆଡେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ସୂଚନାଯୋଗ୍ୟ, ସମାଜସେବୀ ମାନବ କୁମାର ମହାନ୍ତିଙ୍କ ବାପା ସୋମବାର ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ବାପା ନାରାୟଣ ମହାନ୍ତି ପେଶାରେ ଜଣେ ବିଜ୍ଞାନ ଶିକ୍ଷକ ଥିଲେ । ଛାତ୍ର ଜୀବନରେ ଏମ୍ପିସି କଲେଜରେ ପାଠ ପଢିଥିଲେ । ପରବର୍ତ୍ତୀ ସମୟରେ ଚାଷୀ ମୂଲିଆ ଆନ୍ଦୋଳନରେ ଜଡ଼ିତ ଥିଲେ । ଗାଁ ଅମରଦା ରାଧାଗୋବିନ୍ଦ ଆଞ୍ଚଳିକ ମହାବିଦ୍ୟାଳୟର ପ୍ରତିଷ୍ଠାତା ଥିଲେ । ଏହାବ୍ୟତୀତ ମୟୂରଭଞ୍ଜ ଜିଲ୍ଲାରେ ସିପିଏମ ଦଳ ପ୍ରତିଷ୍ଠାର ପ୍ରାଥମିକତା ସଦସ୍ୟ ଥିଲେ ମଧ୍ୟ ।