ଓଡିଶା

odisha

ETV Bharat / state

ସୋଲାର ବ୍ୟାଟେରୀ ଚୋରି କରି 4 ଗିରଫ, ବୋଲେରୋ ଜବତ - solar-battery-thift

ମୟୁରଭଞ୍ଜର ବାଦାମପାହାଡ଼ ଯୁକ୍ତ ୨ ବିଜ୍ଞାନ ମହାବିଦ୍ୟାଳୟର ସୋଲାର ବ୍ୟାଟେରୀ ଚୋରି କରିଥିବା ଚାରି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଏହି ଚୋର ଗ୍ୟାଙ୍ଗ ଏକ ବୋଲେରରେ ସୋଲାର ବ୍ୟାଟେରୀକୁ ନେବା ସମୟରେ ପୋଲିସ ହାତରେ ଧରାପଡିଛନ୍ତି । ଗିରଫ ଚାରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ ।

ଫୋଟ ସୌଜନ୍ୟ : ପ୍ରତିନିଧି,ରାଇରଙ୍ଗପୁର

By

Published : Sep 18, 2019, 11:52 PM IST

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଧିନରେ ଥିବା ବାଦାମପାହାଡ଼ ଯୁକ୍ତ ୨ ବିଜ୍ଞାନ ମହାବିଦ୍ୟାଳୟର ସୋଲାର ବ୍ୟାଟେରୀ ଚୋରି କରିଥିବା ଚାରି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ବ୍ୟାଟେରୀ ଚୋରି କରିଥିବା ଚାରି ଅଭିଯୁକ୍ତ ହେଲେ ଧାଙ୍ଗିଡିମୁତା ଗ୍ରାମର ନବାବ ଅଲି ଖାଁ ଓ ଆକ୍ରମ ଅଲି, କାଦୁଆଣି ଗ୍ରାମର ଶଙ୍ଖ ମାରାଣ୍ଡି, ସାରସପଦା ଗ୍ରାମର ସାଇବା ହାଁସଦା ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ରାଇରଙ୍ଗପୁର

ଅଗଷ୍ଟ ମାସ ୨୧ ତାରିଖ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ କଲେଜ ମଧ୍ୟରୁ ଆଠ ଖଣ୍ଡ ୧୨ ଭୋଲ୍ଟ ର ସୋଲାର ବ୍ୟାଟେରୀ ଚୋରି କରି ନେଇଯାଇଥିଲେ । ଏ ନେଇ ବାଦାମପାହାଡ଼ ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ କଲେଜ କର୍ତୃପକ୍ଷ । ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । କୌଣସି ସୁତ୍ରରୁ ଖବର ପାଇ ପୋଲିସ ଏକ ବୋଲେରୋ ଯୋଗେ ଚାରି ଜଣ ଅଭିଯୁକ୍ତ ବ୍ୟାଟେରୀ ନେଇ ଯାଉଥିବା ସମୟରେ ବାଦାମପାହାଡ଼ ପୋଲିସ ସେମାନଙ୍କୁ କାବୁ କରିଛନ୍ତି ।

ଉକ୍ତ ବୋଲେରୋରୁ ଚାରୋଟି ସୋଲାର ବ୍ୟାଟେରୀ ମଧ୍ୟ ଜବତ ହୋଇଛି । ସେମାନେ କଲେଜରୁ ସୋଲାର ବ୍ୟାଟେରୀ ଚୋରି କରିଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି । ଏ ନେଇ ଆଜି ବାଦାମପାହାଡ଼ ପୋଲିସ ଏକ ମାମଲା ରୁଜୁ କରିଛି । ଚାରି ବ୍ୟାଟେରୀ ସହ ବୋଲେରୋ କୁ ମଧ୍ୟ ଜବତ କରାଯାଇଛି । ଏହି ଚାରି ଜଣ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details