ଓଡିଶା

odisha

ETV Bharat / state

ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ବିଭାଗର ଓଭରସିୟର

ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ବିଭାଗର ଓଭରସିୟର। ଓଭରସିୟର ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଳକ ମୃତ୍ତିକା ସଂରକ୍ଷଣ ବିଭାଗର କିଶୋର କୁମାର ବେହେରା । ଅଧିକ ପଢ଼ନ୍ତୁ

ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ବିଭାଗର ଓଭରସିୟର
ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ବିଭାଗର ଓଭରସିୟର

By

Published : Oct 11, 2022, 8:14 AM IST

ରାଇରଙ୍ଗପୁର:ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ବିଭାଗର ଓଭରସିୟର । ଓଭରସିୟର ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଳକ ମୃତ୍ତିକା ସଂରକ୍ଷଣ ବିଭାଗର କିଶୋର କୁମାର ବେହେରା । ମନରେଗା ଯୋଜନା ଅନ୍ତର୍ଗତ ଫାର୍ମ ପୋଖରୀ କାର୍ଯ୍ୟରେ ନିୟୋଜିତ ଶ୍ରମିକ ମାନଙ୍କର ମୁଷ୍ଟର ରୋଲ୍ ପ୍ରକ୍ରିୟାକରଣ ବାବଦକୁ ହିତାଧିକାରୀଙ୍କ ନିକଟରୁ ନେଉଥିଲେ 22,000 ଟଙ୍କା ଲାଞ୍ଚ ।

ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ବିଭାଗର ଓଭରସିୟର

ଏହି କ୍ରମରେ ବିଶୋଇ ବ୍ଲକ ଅନ୍ତର୍ଗତ ଦେଉଡାଙ୍ଗ ଗ୍ରାମର ଚନ୍ଦ୍ରମୋହନ ଗଛାୟତ ଓ ପରମେଶ୍ୱର ମହାନ୍ତଙ୍କ ଫାର୍ମ ପୋଖରୀ କାର୍ଯ୍ୟର ମୁଷ୍ଟର ରୋଲ କରିବା ନେଇ ଲାଞ୍ଚ ବାବଦକୁ 22 ହଜାର ଟଙ୍କା ପୂର୍ବରୁ ଦାବି କରିଥିଲେ ଓଭରସିୟର କିଶୋର କୁମାର ବେହେରା । ତେବେ ଆଜି କିଶୋର କୁମାରଙ୍କୁ ହିତାଧିକାରୀ ନଗଦ ୨୨୦୦୦ ଟଙ୍କା ଦେବା ନେଇ ଦିନ ଧାର୍ଯ୍ୟ କରାଯାଇଥିଲା । ଏ ନେଇ ହିତାଧିକାରୀ ମୟୂରଭଞ୍ଜ ଭିଜିଲାନ୍ସ ବିଭାଗକୁ ଯୋଗାଯୋଗ କରିଥିଲେ ।

ତେବେ ବିଶୋଇ ବ୍ଲକ ଅନ୍ତର୍ଗତ ପୂର୍ତ୍ତ ବିଭାଗ ଡାକବଙ୍ଗଳା ନିକଟ ରାସ୍ତା କଡ଼ରେ ପୂର୍ବରୁ ବାଲେଶ୍ୱର ଓ ବାରିପଦା ଭିଜିଲାନ୍ସ ବିଭାଗର ଟିମ ଜଗି ରହିଥିଲେ । ପୂର୍ବ ଯୋଜନା ଅନୁଯାୟୀ ଉକ୍ତ ସ୍ଥାନରେ କିଶୋର କୁମାର ହିତାଧିକାରୀଙ୍କ ଠାରୁ ନଗଦ ୨୨୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି କିଶୋର କୁମାରଙ୍କୁ କାବୁ କରିଥିଲେ ।

ଏହାମଧ୍ୟ ପଢ଼ନ୍ତୁ-Vigilance Trap : ଲାଞ୍ଚ ନେଇ ବନ୍ଧାହେଲେ ଯାଜପୁର ଡିଇଓ ଓ କନିଷ୍ଠ କିରାଣୀ

ତେବେ ଭିଜିଲାନ୍ସ ଟିମ୍ କିଶୋର କୁମାରଙ୍କୁ ଗିରଫ କରିବା ପରେ ତାଙ୍କ ଭଡାଘର, ଅଫିସ ଓ ତାଙ୍କ ପୈତୃକ ଗାଁ ଭଦ୍ରକ ଜିଲ୍ଲାର ଧୂଷୁରୀରେ ମଧ୍ୟ ଚଢଉ କରାଯାଇଥିଲା । ଭିଜିଲାନ୍ସ ବିଭାଗ ପକ୍ଷରୁ ଜାରି ରହିଥିବା ତଦନ୍ତରେ ଆଉ କଣ ମିଳୁଛି ତାହା ପରେ ଜଣାପଡ଼ିବ । ତେବେ ଗିରଫ କିଶୋର କୁମାର ବେହେରାଙ୍କୁ ଭିଜିଲାନ୍ସ ଟିମ୍ ବାରିପଦା ନେଇ ଯାଇଥିବା ଜଣାପଡିଛି । ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା । ଏହି ଅଧିକାରୀଙ୍କ ଘରେ ଚଢ଼ଉ କରାଯାଇ ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details