ଓଡିଶା

odisha

ETV Bharat / state

ବାଙ୍ଗାଲୁରୁରେ ପ୍ରତିଷ୍ଠା ହେବ ବୀର ଶହୀଦ ସ୍ମାରକୀ, ଶହୀଦ ଯବାନଙ୍କ ଜନ୍ମସ୍ଥାନରୁ ମାଟି ସଂଗ୍ରହ - ରାଇରଙ୍ଗପୁର ଶହୀଦ ଯବାନ

କର୍ଣ୍ଣାଟକ ରାଜଧାନୀ ବାଙ୍ଗାଲୁରୁ ଠାରେ ହେବ ବୀର ଶହୀଦ ସ୍ମାରକୀ ପ୍ରତିଷ୍ଠା। ବୀର ଶହୀଦମାନଙ୍କ ଜନ୍ମ ମାଟିରୁ ଚାଲିଛି ମାଟି ସଂଗ୍ରହ। ଅଧିକ ପଢ଼ନ୍ତୁ

ବୀର ଶହୀଦ ସ୍ମାରକୀ ପ୍ରତିଷ୍ଠା
ବୀର ଶହୀଦ ସ୍ମାରକୀ ପ୍ରତିଷ୍ଠା

By ETV Bharat Odisha Team

Published : Sep 5, 2023, 8:41 PM IST

ବୀର ଶହୀଦ ସ୍ମାରକୀ ପ୍ରତିଷ୍ଠା

ରାଇରଙ୍ଗପୁର: ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୁରୁ ଠାରେ ହେବ ବୀର ଶହୀଦ ସ୍ମାରକୀ ପ୍ରତିଷ୍ଠା। ଏନେଇ ବୀର ଶହୀଦମାନଙ୍କ ଜନ୍ମ ମାଟିରୁ ଚାଲିଛି ମାଟି ସଂଗ୍ରହ। ଏହି ମାଟି ସଂଗ୍ରହ କରିବାର ମଙ୍ଗ ଧରିଛନ୍ତି ଗାର୍ଡ଼ ରେଜିମେଣ୍ଟର ଅବସରପ୍ରାପ୍ତ ମେଜର ଦେବେନ୍ଦ୍ର ନାଥ ଦାସ। ଶହୀଦ ବୀର ଯବାନମାନଙ୍କ ଗାଁ କୁ ଗାଁ ବୁଲି ମାଟି ସଂଗ୍ରହ କରୁଛନ୍ତି। ତେବେ ଏହି ପର୍ଯ୍ଯାୟରେ ମୟୂରଭଞ୍ଜ ଜିଲ୍ଲା ଶହୀଦ ନୁଦୁରାମ ସୋରେନଙ୍କ ଜନ୍ମ ମାଟି ସଂଗ୍ରହ କରାଯାଇଛି।

ତେବେ ବୀର ଶହୀଦ ସ୍ମାରକୀ ପ୍ରତିଷ୍ଠା ପାଇଁ ଅବସରପ୍ରାପ୍ତ ମେଜର ଦେବେନ୍ଦ୍ର ନାଥ ଦାସ ଶହୀଦମାନଙ୍କ ଜନ୍ମ ମାଟି ସଂଗ୍ରହ କରୁଛନ୍ତି। ଏହି କ୍ରମରେ ଗଲୱାନ ଘାଟିରେ ଶହୀଦ ହୋଇ ବୀର ଚକ୍ରରେ କେନ୍ଦ୍ର ସରକାରଙ୍କ ଠାରୁ ସମ୍ମାନିତ ହୋଇଥ‌ିବା ବୀର ଶହୀଦ ନୁଦୁରାମ ସୋରେନଙ୍କ ଜନ୍ମ ମାଟି ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନୁର୍ଗତ ବଡ଼ ଚମ୍ପାଉଦା ଗ୍ରାମରୁ ମାଟି ସଂଗ୍ରହ କରାଯାଇଛି। ରାଇରଙ୍ଗପୁର ଶହୀଦ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟର ମୁଖ୍ୟ ମନୋରଞ୍ଜନ ହାଁସଦା ଶହୀଦ ନୁଦୁରାମ ସୋରେନଙ୍କ ଜନ୍ମସ୍ଥାନ ଓ ସମାଧି ସ୍ଥଳରୁ ମାଟି ଆଣି ମେଜରଙ୍କୁ ହସ୍ତାନ୍ତର କରିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ...ବିଦାୟ ନେଲେ ଶହୀଦ ନନ୍ଦୁରାମ ସୋରେନ, ଜାଣନ୍ତୁ କେମିତି ଥିଲା ଶେଷ ଯାତ୍ରା...

ତେବେ ରାଇରଙ୍ଗପୁର ସହରର ବସଷ୍ଟାଣ୍ଡ ନିକଟରେ ଥ‌ିବା ଶହୀଦ ନୁଦୁରାମ ସୋରେନଙ୍କ ପ୍ରତିମୂର୍ତ୍ତି ନିକଟରେ ଅବସରପ୍ରାପ୍ତ ସେନା କର୍ମଚାରୀ ଓ ଅନ୍ୟମାନେ ଶହୀଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ଶହୀଦ ନୁଦୁରାମ ସୋରେନ୍‌ଙ୍କ ସମେତ ଅନ୍ୟ ଶହୀଦ ମାନଙ୍କ ସ୍ମୃତି ଚାରଣ କରିବା ସହ ଦେଶ ମାତୃକାର ସେବା ପାଇଁ ଦେଇଥ‌ିବା ବଳିଦାନ ବିଷୟରେ ମତବ୍ୟକ୍ତ କରିଥିଲେ। ଚଳିତ ବର୍ଷ ଶହୀଦ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟ ତରଫରୁ ପ୍ରକାଶ ପାଇଥିବା ପୁସ୍ତକ 'ବୀରଗାଥା' ଉପସ୍ଥିତ ଅବସରପ୍ରାପ୍ତ ସେନା କର୍ମଚାରୀମାନଙ୍କୁ ପ୍ରଦାନ କରା ଯାଇଥିଲା । ସେପଟେ ଭାରତ ବର୍ଷର ଗୋଟିଏ ସମାଜସେବୀ ସଂସ୍ଥା ଶ୍ରୀଯୁକ୍ତ ପର୍ଶୁ ଜୀଙ୍କ ତତ୍ତ୍ବାବଧାନରେ ସାରା ଭାରତ ବର୍ଷରୁ ବୀର ଶହୀଦଙ୍କ ଜନ୍ମ ମାଟି ସଂଗ୍ରହ କରାଯାଉଥିବା ପ୍ରକାଶ କରିଛନ୍ତି ମେଜର ଦେବେନ୍ଦ୍ର ନାଥ ଦାସ ।

ଅନ୍ୟପକ୍ଷେ, ଯଶିପୁର ନିକଟ ସିରାକୁଳି ଓ ବଡପଳସା ଗ୍ରାମରୁ ଦୁଇ ଜଣ ଶହୀଦ ଏବଂ ଗଞ୍ଜାମ ଆସିକାର ଶହୀଦ କାଶୀନାଥ ସାହୁଙ୍କ ଗ୍ରାମରୁ ପବିତ୍ର ମାଟି ସଂଗ୍ରହ କରି ପରିବାର ଲୋକେ ମେଜର ଦେବେନ୍ଦ୍ର ନାଥ ଦାସଙ୍କୁ ହସ୍ତାନ୍ତର କରିଛନ୍ତି। ପୂର୍ବରୁ ପାକିସ୍ତାନ ସେନା ସହ ଲଢେଇ କରି ଶହୀଦ ହୋଇଥ‌ିବା ତଥା ପରମବୀର ଚକ୍ରରେ ସମ୍ମାନିତ ଆଲବର୍ଟ ଏକାଙ୍କ ଝାରଖଣ୍ଡ ସ୍ଥିତ ଜନ୍ମ ମାଟିରୁ ପବିତ୍ର ମାଟି ସଂଗ୍ରହ କରି ବାଙ୍ଗାଲୋର ଅଭିମୁଖେ ଯାତ୍ରା କରିବେ ଓ ସେଠାରେ ଏକ ଶହୀଦ ସ୍ମାରକୀ ପ୍ରତିଷ୍ଠା ହେବ ବୋଲି କହିଛନ୍ତି ଅବସରପ୍ରାପ୍ତ ମେଜର ଦେବେନ୍ଦ୍ର ନାଥ ଦାସ। ଏପରି ମହତ କାର୍ଯ୍ୟରେ ମେଜରଙ୍କୁ ଅନ୍ୟ ଅବସରପ୍ରାପ୍ତ ସେନା କର୍ମଚାରୀ ଓ ସମାଜସେବୀ ମାନେ ସାହାଯ୍ୟ କରୁଛନ୍ତି। ତେବେ ଶହୀଦ ନୁଦୁରାମ ସୋରେନଙ୍କ ପାଇଁ ଏମାଟି, ରାଇରଙ୍ଗପୁର ସହର, ମୟୂରଭଞ୍ଜ ଜିଲ୍ଲା ତଥା ରାଜ୍ୟ ଓ ସାରା ଭାରତ ବର୍ଷ ଗର୍ବିତ ବୋଲି କହିଛନ୍ତି ଅବସରପ୍ରାପ୍ତ କ୍ୟାପଟେନ ମହେନ୍ଦ୍ର ନାଥ ମହାନ୍ତ।

ତେବେ ଏହି ଅବସରରେ ଅବସରପ୍ରାପ୍ତ ମେଜର ଦେବେନ୍ଦ୍ର ନାଥ ଦାସଙ୍କ ସମେତ ଅବସରପ୍ରାପ୍ତ କ୍ୟାପଟେନ ମହେନ୍ଦ୍ର ନାଥ ମହାନ୍ତି, ଅଧ୍ୟାପକ ବିଜୟ ରାମ, ଉପଦେଷ୍ଟା ମୁଚିରାମ ମାଝୀ, ଅଭିଷେକ ପଟ୍ଟନାୟକ ଓ କାଶୀନାଥ ହେମ୍ବ୍ରମ, ପୂର୍ବତନ ରାଇରଙ୍ଗପୁର ବିଧାୟକ ସାଇବା ସୁଶୀଲ ହାଁସଦା ପ୍ରମୁଖଙ୍କ ସମେତ ଶହୀଦଙ୍କ ଗାଁରୁ ଲଖୁନ ସୋରେନ, ବିଶିକେଶନ ମହାନ୍ତି, ଜଗନ୍ନାଥ ବିନ୍ଧାଣୀ, ଦୀପୁ ମହାନ୍ତି, ରାଜୁ ସୋରେନ ଓ ଶହୀଦଙ୍କ ତିନି ଭାଇ ଦାସମାତ ସୋରେନ, ଡୋମାନ ସୋରେନ ଓ ରାଜେନ୍ଦ୍ର ସୋରେନ ପ୍ରମୁଖ ଉପସ୍ଥିତ ଥିଲେ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details