ବାରିପଦା: 21 ଦିନ ପାଇଁ ଲକଡାଉନ ଘୋଷଣା ପରେ ବାରିପଦା ସହରର ରାସ୍ତା କଡରେ ରହୁଥିବା ଗରିବ ଓ ମାନସିକ ବିକାରଗ୍ରସ୍ତ ଲୋକଙ୍କ ଖାଦ୍ୟ ବାଣ୍ଟିଛନ୍ତି ‘ହେଲପିଂ ବୟ’ର ଯୁବଗୋଷ୍ଠୀ। ସହରର ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ ଏମାନେ ଖାଇବାକୁ ନପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା । ଏମିତିରେ ସାହାଯ୍ୟର ହାତ ବଢାଇଛି ‘ହେଲପିଂ ବୟ’ ଅନୁଷ୍ଠାନ ।
କୋରୋନା ସଂକ୍ରମଣ ଦାଉରୁ ରକ୍ଷା ପାଇଁ ସାରା ଦେଶକୁ ଲକ ଡାଉନ କରାଯାଇଛି। ଏହି ସମୟରେ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ଯୋଗୁଁ ଗରିବମାନେ ଖାଇବାକୁ ନପାଇ ରାସ୍ତା କଡରେ ଅତି କଷ୍ଟରେ ଜୀବନ କାଟୁଛନ୍ତି । ସେଥିପାଇଁ ‘ହେଲପିଂ ବୟ’ ସଂଗଠନର କିଛି ସ୍ବେଚ୍ଛାସେବୀ ଯୁବକଙ୍କ ସହ ଯୁବ ସାମ୍ବାଦିକମାନେ ସହର ମଧ୍ୟରେ ବୁଲୁଥିବା ମାନସିକ ବିକାରଗ୍ରସ୍ତ ଓ ଗରିବ ଲୋକଙ୍କୁ ଖାଦ୍ୟ ବାଣ୍ଟିଥିଲେ।