ବାରିପଦା: ଖସୁଛି ପାରଦ, ବଢୁଛି ଶୀତ । ପ୍ରବଳ ଜାଡରେ ଥରୁଛି ଓଡିଶା । ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଶୀତର ପ୍ରକୋପ ଦିନକୁ ଦିନ ବଢିଚାଲିଛି । ଧୀରେ ଧୀରେ ପାରଦ ଖସିବାକୁ ଲାଗିଛି । ଏହାର ପ୍ରଭାବରେ ଶିମିଳିପାଳ ଅଭୟାରଣ୍ୟରେ ବର୍ଷର ପ୍ରଥମ ବରଫପାତ ଦେଖିବାକୁ ମିଳିଛି ।
ଶିମିଳିପାଳ ଅଭୟାରଣ୍ୟରେ ତୁଷାରପାତ - snowfall in sismilipal park
ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଶୀତର ପ୍ରକୋପ ଦିନକୁ ଦିନ ବଢିଚାଲିଛି । ଶିମିଳିପାଳ ଅଭୟାରଣ୍ୟରେ ବର୍ଷର ପ୍ରଥମ ବରଫପାତ ଦେଖିବାକୁ ମିଳିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଶିମିଳିପାଳ ଅଭୟାରଣ୍ୟରେ ତୁଷାର ପାତ
ଶିମିଳିପାଳ ଅଭୟାରଣ୍ୟରେ ତୁଷାର ପାତ
ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା କୋର ଅଞ୍ଚଳର କୁମାରୀ, ବାର କାମୁଡ଼ା, ଉପର ବାର କାମୁଡ଼ା ଅଞ୍ଚଳରେ ତୁଷାରପାତ ହୋଇଛି । ସବୁଜ ଘାସର ଗାଲିଚାରେ ଧଳା କାକର ବୁନ୍ଦା ମନରେ ସତେଜତା ଭରିଦେଇଛି । ଖାସ ଏହି ମନୋରମ ଦୃଶ୍ୟକୁ ଉପଭୋଗ କରିବା ପାଇଁ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ଭିଡ ଲାଗି ରହିଛି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ