ଓଡିଶା

odisha

ETV Bharat / state

ଚଳନ୍ତା ଗାଡିରେ ଫଣା ଟେକିଲା ନାଗସାପ

ପାଲବଣି ନିକଟରେ ବାଇକ ହେଡଲାଇଟରେ ଲୁଚି ରହିଥିବା ଏକ ନାଗସାପକୁ ଉଦ୍ଧାର କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

By

Published : Aug 23, 2019, 8:35 PM IST

ବାରିପଦା: ସହର ଉପକଣ୍ଠର ପାଲବଣି ନିକଟରେ ବାଇକ ହେଡଲାଇଟରେ ଲୁଚି ରହିଥିବା ଏକ ନାଗସାପକୁ ଉଦ୍ଧାର କରାଯାଇଛି । ହଠାତ୍‌ ଚଳନ୍ତା ବାଇକରେ ନାଗସାପକୁ ଦେଖି ଚାଳକ ଜଣକ ଭୟଭୀତ ହୋଇପଡିଥିଲେ। ସାପଟି ଚାଳକଙ୍କୁ ଚୋଟ ମାରିଥିବା ବେଳେ ସେଥିରୁ ଅଳ୍ପକେ ବର୍ତ୍ତିଥିଲେ ବାଇକ ଚାଳକ। ଏହାପରେ ସେ ସାପଧରାଳିଙ୍କୁ ଖବର ଦେଇଥିଲେ । ସାପକୁ ଗାଡିରୁ ଉଦ୍ଧାର କରିବା ସହ ଜଙ୍ଗଲରେ ଛାଡିଦେଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ


ସୂଚନା ଅନୁସାରେ, ବାଇକ ଚାଳକ ଜଣକ କୌଣସି ସ୍ଥାନକୁ ଯାଉଥିବାବେଳେ ହଠାତ ଚଳନ୍ତା ଗାଡିରେ ସାପଟିକୁ ଦେଖିଥିଲେ । ଏହାପରେ ଜିଲ୍ଲାର ଅଭିଜ୍ଞ ସାପଧରାଳି କୃଷ୍ଣଚନ୍ଦ୍ର ଗୋଚ୍ଛାୟତଙ୍କୁ ଖବର ଦେଇଥିଲେ । କୃଷ୍ଣଚନ୍ଦ୍ର ଘଟଣାସ୍ଥଳରେ ପହଞ୍ଚି କୌଶଳକ୍ରମେ ନାଗସାପଟିକୁ ଗାଡି ଭିତରୁ ବାହାର କରିଥିଲେ ।


ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details