ଓଡିଶା

odisha

ETV Bharat / state

କୁକୁଡ଼ା ଭାଡ଼ିରେ ପଶି ଅଣ୍ଡା ଗିଳିଲା ନାଗ

ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର କଦଳିପାଳ ଗାଁର ଭରତ ଚନ୍ଦ୍ର ମହାନ୍ତଙ୍କ ଘରୁ ଅଣ୍ଡା ଗିଲିଥିବା 6 ଫୁଟର ନାଗସାପ ଉଦ୍ଧାର କରାଯାଇଛି ।

By

Published : Sep 6, 2019, 4:38 AM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା:କୁକୁଡ଼ା ଭାଡ଼ିରେ ପଶି ଅଣ୍ଡା ଗିଳିଲା ନାଗ । ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର କଦଳିପାଳ ଗାଁର ଭରତ ଚନ୍ଦ୍ର ମହାନ୍ତଙ୍କ ଘରୁ ଅଣ୍ଡା ଗିଲିଥିବା 6 ଫୁଟର ନାଗସାପ ଉଦ୍ଧାର କରାଯାଇଛି ।

ଗତ କିଛି ଦିନ ହେବ ଭରତଙ୍କ କୁକୁଡ଼ା ଭାଡ଼ିରେ କୁକୁଡ଼ା ଛୁଆ ମରିବା ସହ ଅଣ୍ଡାଗୁଡିକ ଭାଡ଼ିରୁ ଉଭାନ୍ ହୋଇଯାଉଥିଲା। ତେବେ ଗୁରୁବାର ଭରତ କୁକୁଡ଼ା ଭାଡ଼ିରେ ଏକ 6 ଫୁଟିଆ ନାଗ ସାପକୁ ଦେଖିଥିଲେ । ଏହାପରେ ସେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ମୟୂରଭଞ୍ଜ

ତେବେ ସ୍ନେକ ହେଲ୍ପ ଲାଇନର କର୍ମଚାରୀ କୃଷ୍ଣ ଗୋଛାୟାତ ଏବଂ ତାଙ୍କ ସ୍ତ୍ରୀ ସସ୍ମିତା ଗୋଛାୟାତ ଘଟଣା ସ୍ଥଳରେ ପହଞ୍ଚି ନାଗ ସାପକୁ ଉଦ୍ଧାର କରିଥିଲେ । ଏହାପରେ ଉଦ୍ଧାର ହୋଇଥିବା ନାଗ ସାପଟି ଗିଳିଥିବା ଅଣ୍ଡାକୁ ଗୋଟିଏ ପରେ ଗୋଟିଏ ପାଟିରୁ ବାହାର କରିଥିଲା । ଏହାପରେ ଉଦ୍ଧାର ନାଗ ସାପକୁ ସସ୍ମିତା ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦେଇଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details