ଓଡିଶା

odisha

By

Published : Feb 8, 2021, 10:17 PM IST

ETV Bharat / state

ଷ୍ଟିଲ ପାଇପରେ ଫସିଲା ନାଗ, ଦେଖନ୍ତୁ

ମୟୂରଭଞ୍ଜ ବାରିପଦା ସହର ପୋଡାଅସ୍ତିଆ ନିକଟ ପେଟ୍ରୋଲ ପମ୍ପରୁ ଉଦ୍ଧାର ହୋଇଛି ନାଗସାପ। ଅଧିକ ପଢନ୍ତୁ:

ଷ୍ଟିଲ ପାଇପରୁ ନାଗ ସାପ ଉଦ୍ଧାର
ଷ୍ଟିଲ ପାଇପରୁ ନାଗ ସାପ ଉଦ୍ଧାର

ବାରିପଦା: ପେଟ୍ରୋଲ ପମ୍ପରୁ ଉଦ୍ଧାର ହେଲା ନାଗସାପ । ମୟୁରଭଞ୍ଜ ବାରିପଦା ସହର ପୋଡାଅସ୍ତିଆ ନିକଟ ପେଟ୍ରୋଲ ପମ୍ପରୁ ଉଦ୍ଧାର ହୋଇଛି ନାଗସାପ। ପେଟ୍ରୋଲ ପମ୍ପରେ ଥିବା ଏକ ଷ୍ଟିଲ ପାଇପ ଭିତରେ ଫସି ରହିଥିବା ନାଗ ସାପକୁ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପଲାଇନର ସଦସ୍ୟ କ୍ରୀଷ୍ଣା ଗୋଚ୍ଛାୟତ।

ଷ୍ଟିଲ ପାଇପରୁ ନାଗ ସାପ ଉଦ୍ଧାର

ବାରିପଦା ସହର ନିକଟ ପୋଡାଅସ୍ତିଆ ପେଟ୍ରୋଲ ପମ୍ପ ଭିତରେ ଥିବା ଏକ ଷ୍ଟିଲ ପାଇପ ଭିତରେ ନାଗ ସାପଟି ଫସି ରହିଥିବା ଦେଖି ପେଟ୍ରୋଲ ପମ୍ପ ମାଲିକ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ଖବର ପାଇ ସ୍ନେକ ହେଲ୍ପ ଲାଇନର ସଦସ୍ୟ କ୍ରୀଷ୍ଣା ଗୋଚ୍ଛାୟତ ଘଟଣାସ୍ଥଳରେ ପହଞ୍ଚି ନାଗ ସାପକୁ ଉଦ୍ଧାର କରିଥିଲେ।

ତେବେ ସାପଟିକୁ ଅକ୍ଷତ ଅବସ୍ଥାରେ କୌଶଳ କ୍ରମେ ଷ୍ଟିଲ ପାଇପ ଭିତରୁ ବାହାର କରାଯାଇଛି । ଉଦ୍ଧାର ହୋଇଥିବା ସାପକୁ ସ୍ନେକ ହେଲ୍ପ ଲାଇନର ସଦସ୍ୟମାନେ ଶିମିଳିପାଳ ଅଭୟାରଣ୍ୟରେ ଛାଡି ଦେଇଛନ୍ତି।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details