ଓଡିଶା

odisha

ETV Bharat / state

ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ଫେରିଲେ ମୁନା, ଅନୁଭୂତି ବଖାଣିଲେ

ରାଷ୍ଟ୍ରପତି ଭବନରୁ ଫେରିଲେ ଏସଏଲଏସ ଟ୍ରଷ୍ଟ ବୋର୍ଡ଼ ଉପ ସଭାପତି ମୁନା ପ୍ରତିହାରୀ । ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇ ଫେରିଛନ୍ତି ବାଦାମ ପାହାଡ ଅଞ୍ଚଳର ତଥା ଏସଏଲଏସ ଟ୍ରଷ୍ଟ ବୋର୍ଡ଼ ଉପସଭାପତି ମୁନା ପ୍ରତିହାରୀ । ଅଧିକ ପଢନ୍ତୁ

By

Published : Jul 31, 2022, 8:13 PM IST

ଦିଲ୍ଲୀରୁ ଫେରିଲେ SLS ବୋର୍ଡ଼ ଉପ ସଭାପତି ମୁନା, ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ
ଦିଲ୍ଲୀରୁ ଫେରିଲେ SLS ବୋର୍ଡ଼ ଉପ ସଭାପତି ମୁନା, ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ

ରାଇରଙ୍ଗପୁର: ରାଷ୍ଟ୍ରପତି ଭବନରୁ ଫେରିଲେ ଏସଏଲଏସ ଟ୍ରଷ୍ଟ ବୋର୍ଡ଼ ଉପସଭାପତି ମୁନା ପ୍ରତିହାରୀ । ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇ ଫେରିଛନ୍ତି ବାଦାମ ପାହାଡ ଅଞ୍ଚଳର ତଥା ଏସଏଲଏସ ଟ୍ରଷ୍ଟ ବୋର୍ଡ଼ ଉପସଭାପତି ମୁନା ପ୍ରତିହାରୀ । ଦ୍ରୌପଦୀ ମୁର୍ମୁଙ୍କ ଶାଶୁଘର ଗାଁ ପାହାଡପୁର ସ୍ଥିତ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟର ପରିଚାଳନା ଦାୟିତ୍ବରେ ରହିଛନ୍ତି ମୁନା ।

ଦିଲ୍ଲୀରୁ ଫେରିଲେ SLS ବୋର୍ଡ଼ ଉପ ସଭାପତି ମୁନା, ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ

ଜୁଲାଇ 23 ତାରିଖରେ ଦିଲ୍ଲୀ ଗସ୍ତ କରିଥିଲେ ଏସଏଲଏସ ଟ୍ରଷ୍ଟ ବୋର୍ଡ଼ ଉପସଭାପତି ମୁନା ପ୍ରତିହାରୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଇ ଓ ଭାଉଜଙ୍କୁ ନେଇ ଦିଲ୍ଲୀ ଯାଇଥିଲେ ମୁନା ପ୍ରତିହାରୀ । ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ସଭିଏଁ ଯୋଗ ଦେଇଥିଲେ । ଶପଥ ଗ୍ରହଣ ସମାରୋହରେ ନିମନ୍ତ୍ରିତ ହୋଇଥିବା ସମସ୍ତ 61 ଜଣ ଲୋକ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ରାଷ୍ଟ୍ରପତି ଭବନରେ ଭୋଜନ କରିବାର ମଧ୍ୟ ସୌଭାଗ୍ୟ ଅର୍ଜନ କରିଛନ୍ତି । ନିଜ ଅଞ୍ଚଳର ଝିଅ ରାଷ୍ଟ୍ରପତି ଭାବେ ଶପଥ ନେଉଥିବା ବେଳେ ଅଧିକାଂଶ ସାନ୍ତାଳୀ ପୋଷାକ ପରିଧାନ କରି ସେଣ୍ଟ୍ରାଲ ହଲ୍‌ରେ ଉପସ୍ଥିତ ଥିଲେ । ମଧ୍ୟାହ୍ନ ଭୋଜନରେ ସବୁ ଖାଦ୍ୟ ନିରାମିଷ ଥିଲା । ଯେହେତୁ ରାଷ୍ଟ୍ରପତି ଆମିଷ ଖାଆନ୍ତି ନାହିଁ, ତେଣୁ ତାଙ୍କ ଜିଲ୍ଲାର ଅତିଥିଙ୍କ ପାଇଁ ନିରାମିଷ ଖାଦ୍ୟ ପରସା ଯାଇଥିଲା ।

ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବା, ରାଷ୍ଟ୍ରପତିଙ୍କ ସହ ଦିବା ଭୋଜିରେ ଖାଇବାର ସୌଭାଗ୍ୟ, ଭବନ ବୁଲିବା ଆଦି ଅନୁଭୂତିକୁ ଜୀବନର ବହୁତ ବଡ଼ ଅନୁଭୂତି ବୋଲି କହିଛନ୍ତି ମୁନା ପ୍ରତିହାରୀ । ତା ସହିତ ଦିଦିଙ୍କ ପ୍ରିୟ ଖାଦ୍ୟ ପଖାଳ, ସଜନା ଶାଗ ଓ ଆଳୁ ଭର୍ତ୍ତା ରାଷ୍ଟ୍ରପତି ଭବନରେ ସ୍ଥାନ ପାଇଛି । ତେବେ ଆସନ୍ତାକାଲି ଦ୍ରୌପଦୀ ମୁର୍ମୁଙ୍କ ସ୍ବାମୀ ଶ୍ୟାମଚରଣ ମୁର୍ମୁଙ୍କ ଶ୍ରାଦ୍ଧ ବାର୍ଷିକୀ ଥିବାରୁ ସବୁ ଦାୟିତ୍ଵ ତୁଲାଇବାକୁ ମୁନାଙ୍କୁ କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ସେଠାରେ ବିତାଇଥିବା ମୁହୂର୍ତ୍ତ ସବୁଦିନ ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ମୁନା ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details