ଓଡିଶା

odisha

ETV Bharat / state

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ - ଶିମିଳିପାଳ ଅଭୟାରଣ୍ୟ

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ଏହା ଗତ ଜୁନ ମାସ ମାସରୁ ବନ୍ଦ ରହିଥିଲା । ଅଧିକ ପଢନ୍ତୁ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ
ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

By

Published : Nov 1, 2022, 12:32 PM IST

Updated : Nov 1, 2022, 1:52 PM IST

ବାରିପଦା:ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ(Similipal National Park reopens for visitors) । ଗତ ଜୁନ ମାସ ମାସରୁ ବନ୍ଦ ରହିଥିବା ଶିମିଳିପାଳ ଅଭୟାରଣ୍ୟ ଆଜିଠୁ ଖୋଲିଛି । ଦୀର୍ଘ ସାଢେ ଚାରି ମାସର ବ୍ୟବଧାନ ପରେ ପର୍ଯ୍ୟଟନ ୠତୁରେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଖୋଲାଯାଇଛି । ଶିମିଳିପାଳର ମନୋରମ ଦୃଶ୍ୟ ଉପଭୋଗ କରିବାକୁ ପୀଠବଟା ଗେଟ(Pithabata gate) ନିକଟରେ ଆଜି ସକାଳୁ ସକାଳୁ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ଭିଡ଼ ଜମିଛି ।

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ଆଜି ଅଭୟାରଣ୍ୟ ଖୋଲିବାର ପ୍ରଥମ ଦିନରେ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ଗୋଲାପ ଫୁଲ ଦିଆଯାଇ ପାରମ୍ପରିକ ନୃତ୍ୟ ଗୀତରେ ସ୍ବାଗତ କରାଯାଇଛି । ଅପରପକ୍ଷେ ପ୍ରଥମ ଦିନରେ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ ସୁଯୋଗ ପାଇଥିବାରୁ ପର୍ଯ୍ୟଟକଙ୍କ ଭିତରେ ମଧ୍ୟ ଖୁବ୍ ଉତ୍ସାହ ଦେଖିବାକୁ ମିଳିଛି । ତେବେ ପ୍ରତ୍ୟେକ ଦିନ ଅଭୟାରଣ୍ୟକୁ ସକାଳ 6ଟା ରୁ 9ଟା ମଧ୍ୟରେ ବାରିପଦା ପଟୁ ପୀଠାବଟା ଗେଟ ଦେଇ ସର୍ବାଧିକ 25ଟି ଚାରିଚକିଆ ଯାନ ଓ ଯଶିପୁରର କାଳିଆଣି ଗେଟରେ ସର୍ବାଧିକ 35ଟି ଯାନ ପ୍ରବେଶ କରିପାରିବେ ।

ପର୍ଯ୍ୟଟକ ଅଗ୍ରୀମ ବୁକିଙ୍ଗ କରି ରାତ୍ରିଯାପନ କରିବା ସହ ୱଚ ଟାୱାରରୁ ବନ୍ୟଜନ୍ତୁକୁ ଦେଖିବାର ସୁଯୋଗ ପାଇବେ । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ପର୍ଯ୍ୟଟକଙ୍କ ପ୍ରତ୍ୟେକ ଗାଡ଼ିରେ ଜଣେ ଗାଇଡ଼ ବାଧ୍ୟତାମୂଳକ କରାଯାଇଛି । ଅନ୍ୟପକ୍ଷରେ ପ୍ଲାଷ୍ଟିକ, ମାଦକ ଦ୍ରବ୍ୟ ସହ ଆମିଷ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି । ତେବେ ଆଜି ପ୍ରଥମ ଦିନରେ ପୀଠାବଟା ଗେଟ ଓ କାଳିଆଣି ଗେଟରୁ ୪୦ରୁ ଉର୍ଦ୍ଧ୍ବ ଚାରିଚାକିଆ ଯାନରେ ୩୦୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଥିବା ସୂଚନା ମିଳିଛି ।

ଶିମିଳିପାଳ ଜୈବମଣ୍ଡଳର ଆୟତନ ହେଉଛି ୨୭୫୦ ବର୍ଗ କି.ମି । ତନ୍ମଧ୍ୟରୁ ୩୦୩ ବର୍ଗ କି.ମି ହେଉଛି ଆଭ୍ୟନ୍ତରୀଣ ଅଞ୍ଚଳ ଯାହାକି ଭାରତର ଏକ ପ୍ରସିଦ୍ଧ ଅଭୟାରଣ୍ୟ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ଜାତୀୟ ଉଦ୍ୟାନ ଅଟେ । ସବୁଜ ବନାନୀ, ନଭଶ୍ଚୁମ୍ବୀ ପର୍ବତ, ଭାସ୍ୟମାନ ମେଘମାଳା ଓ କଳ କଳ ନାଦ କରି ବୋହି ଯାଉଥିବା ଝରଣା ଏଠାରେ ଏକ ମନୋରମ ପରିବେଶ ସୃଷ୍ଟି କରିଥାଏ । ଏଠାରେ ବିଭିନ୍ନ ପ୍ରଜାତିର ପ୍ରାଣୀ ଓ ଉଦ୍ଭିଦ ଦେଖିବାକୁ ମିଳେ । ଏଥିମଧ୍ୟରେ ୧୦୭୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୨୩୧ ପ୍ରଜାତିର ପକ୍ଷୀ, ୨୯ ପ୍ରଜାତିର ସରୀସୃପ ଅଟନ୍ତି । ସମୁଦ୍ର ପତ୍ତନ ଠାରୁ ଶିମିଳିପାଳର ହାରାହାରି ଉଚ୍ଚତା ହେଉଛି ୯୦୦ ମି. । ଏଠାରେ ବିଭିନ୍ନ ପ୍ରକାରର ବୃକ୍ଷ ଦେଖାଯାଏ, ଯଥା ଶାଳ, ପିଆଶାଳ, ଶାଗୁଆନ, ଶିଶୁ, ଶିମିଳି, ମହୁଲ, ଆମ୍ବ, ପଣସ ଇତ୍ୟାଦି ।

ଇଟିଭି ଭାରତ, ମୟୂରଭଞ୍ଜ

Last Updated : Nov 1, 2022, 1:52 PM IST

ABOUT THE AUTHOR

...view details