ଓଡିଶା

odisha

ETV Bharat / state

ପର୍ଯ୍ୟଟକଙ୍କ ପାଇଁ ୨ ଦିନ ଶିମିଳିପାଳ ବନ୍ଦ - ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଶିମିଳିପାଳ ଅଭୟାରଣ୍ୟ

ମୟୂରଭଞ୍ଜର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତଥା ବାଘ ଅଭୟାରଣ୍ୟ ଶିମିଳିପାଳକୁ ୨ ଦିନ ବନ୍ଦ ରଖିଛି ବନ ବିଭାଗ । ଅଧିକ ପଢନ୍ତୁ

ପର୍ଯ୍ୟଟଙ୍କ ପାଇଁ ଶିମିଳିପାଳ ୨ ଦିନ ବନ୍ଦ
ପର୍ଯ୍ୟଟଙ୍କ ପାଇଁ ଶିମିଳିପାଳ ୨ ଦିନ ବନ୍ଦ

By

Published : Dec 31, 2021, 12:51 PM IST

Updated : Dec 31, 2021, 4:30 PM IST

ରାଇରଙ୍ଗପୁର:ମୟୂରଭଞ୍ଜର ଅନେକ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଭାବେ ଖ୍ୟାତି ଅର୍ଜନ କରିଥିବା ଶିମିଳିପାଳକୁ ୨ ଦିନ ବନ୍ଦ କରିଛି ବନଭିଭାଗ । ପ୍ରବଳ କୁହୁଡି ଏବଂ ବର୍ଷାକୁ ଦୃଷ୍ଟିରେ ରଖି ଶିମିଳିପାଳ କର୍ତ୍ତୃପକ୍ଷ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।

ପର୍ଯ୍ୟଟକଙ୍କ ପାଇଁ ୨ ଦିନ ଶିମିଳିପାଳ ବନ୍ଦପର୍ଯ୍ୟଟକଙ୍କ ପାଇଁ ୨ ଦିନ ଶିମିଳିପାଳ ବନ୍ଦ

ଶିମିଳିପାଳକୁ କେବଳ ଦିନରେ ଆସୁଥିବା ପର୍ଯ୍ୟଟକ ପାଇଁ ଏହି ବାରଣ ରହିଛି । କିନ୍ତୁ ରାତ୍ରି ରହଣୀ ପାଇଁ ଆସୁଥିବା ପର୍ଯ୍ୟଟକ ପାଇଁ ଶିମିଳିପାଳ ପ୍ରବେଶ ଉପରେ ଅନୁମତି ମିଳିଛି। ଡିସେମ୍ବର ୩୧ ତାରିଖ ଅର୍ଥାତ୍‌ ଆଜି(ଶୁକ୍ରବାର) ଏବଂ ଆସନ୍ତାକାଲି ଜାନୁଆରୀ ୧ ତାରିଖକୁ ପର୍ଯ୍ୟଟକମାନଙ୍କୁ ବାରଣ କରାଯାଇଛି ।

ତେବେ ଗୁରୁବାର ଏବଂ ଆଜି ଜିଲ୍ଲାରେ କିଛି ମାତ୍ରାରେ ବର୍ଷା ହୋଇଥିବା ଯୋଗୁଁ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରାଯାଇଛି । ଏ ସମ୍ପର୍କରେ ଉତ୍ତର ଶିମିଳିପାଳର ଡେପୁଟି ନିର୍ଦ୍ଦେଶକ ସାଇ କିରଣ ଡି ଏନ ସୂଚନା ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

Last Updated : Dec 31, 2021, 4:30 PM IST

ABOUT THE AUTHOR

...view details