ଓଡିଶା

odisha

ETV Bharat / state

ଶିମିଳିପାଳ ଅଭୟାରଣ୍ୟର ୪୭ଟି ସ୍ଥାନରେ ଲାଗିଛି ନିଆଁ - ଶିମିଳିପାଳ ଅଭୟାରଣ୍ୟ

ଶିମିଳିପାଳ ଅଭୟାରଣ୍ୟରେ ପୁଣି ଲାଗିଲା ନିଆଁ । ୪୭ ଟି ସ୍ଥାନରେ ନିଆଁ ଲାଗିଥିବା ନେଇ ସାଟେଲାଇଟ ଚିତ୍ରରୁ ସ୍ପଷ୍ଟ । ଅଧିକ ପଢନ୍ତୁ...

similipal forest fire in mayurbhanja
ଶିମିଳିପାଳ ଅଭୟାରଣ୍ୟର ୪୭ଟି ସ୍ଥାନରେ ଲାଗିଛି ନିଆଁ

By

Published : Mar 31, 2021, 1:51 PM IST

ବାରିପଦା: ଜଳୁଛି ଶିମିଳିପାଳ ଅଭୟାରଣ୍ୟ। ବିଶ୍ୱ ପ୍ରସିଦ୍ଧ ଏସିଆର ସର୍ବବୃହତ ଜୈବ ମଣ୍ଡଳ ଶିମିଳିପାଳ ଅଭୟାରଣ୍ୟରେ ପୁଣି ଲାଗିଛି ନିଆଁ। ଅଭୟାରଣ୍ୟର ସାଇଥ ଡିଭିଜନର ମୋଟ ୪୭ ଟି ସ୍ଥାନରେ ନିଆଁ ଲାଗିଥିବା ନେଇ ସାଟେଲାଇଟ ଚିତ୍ରରୁ ସ୍ପଷ୍ଟ ହୋଇଛି। ଅଭୟାରଣ୍ୟର ପୋଡାଡିହା, ନଅଣା, ଡୁକୁରା, ଜେନାବିଲ, ନଅଣା ସାଉଥ, ବାରେହିପାଣି, ପିଠାବଟା ସାଉଥ, ପିଠାବଟା ନର୍ଥ ରେଞ୍ଜର ମୋଟ ୪୭ ଟି ସ୍ଥାନରେ ନିଆଁ ଲାଗିଥିବା ନେଇ ଜଣାପଡିଛି।

ଶିମିଳିପାଳ ଅଭୟାରଣ୍ୟର ୪୭ଟି ସ୍ଥାନରେ ଲାଗିଛି ନିଆଁ

ଅନ୍ୟପକ୍ଷରେ ଅଭୟାରଣ୍ୟରେ ନିଆଁ ଲିଭାଇବା ପାଇଁ ବନକର୍ମଚାରୀମାନେ ନିୟୋଜିତ ହୋଇଛନ୍ତି । ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା କାରଣରୁ ଜିଲ୍ଲାରେ ବାରିପଦା ସହରରେ ୪୪.୦୬ ଡିଗ୍ରୀ ରେକର୍ଡ ତାପମାତ୍ରା ହୋଇଛି । ଏହାସହ ଦେଶରେ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details