ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଗାଡି ଚେକିଂ ଚାଲିଥିବା ବେଳେ ଅଘଟଣ । ଗାଡି ଚେକିଂରୁ ବର୍ତ୍ତିବା ପାଇଁ ଦ୍ରୁତ ଗତିରେ ଗାଡି ଚଳାଇ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସବଇନ୍ସପେକ୍ଟର ଦୟାନିଧି ଦାସଙ୍କ ଉପରକୁ ଚଢିଗଲା ଗାଡି ।
ସୋମବାର ବାରିପଦା ତକତପୁର ସ୍ଥିତ ଉତ୍ତର ଓଡିଶା ବିଶ୍ଵବିଦ୍ୟାଳୟ ରାସ୍ତାରେ ପୋଲିସ ପକ୍ଷରୁ ମଦୁଆ ଡ୍ରାଇଭରଙ୍କୁ ଧରିବା ପାଇଁ ଚେକିଂ ଆରମ୍ଭ ହୋଇଥିଲା। ଏହି ସମୟରେ ଦୁଇ ଜଣ ଛାତ୍ର ଏକ ପଲସର ଗାଡ଼ିରେ ଚେକିଂରୁ ବର୍ତ୍ତିବା ପାଇଁ ଖସି ପଳାଇବାକୁ ଚେଷ୍ଟା କରୁଥିବାବେଳେ ବାରିପଦା ଟାଉନ ଥାନାର ସବ ଇନ୍ସପେକ୍ଟର ଦୟାନିଧି ଦାସଙ୍କୁ ଧକ୍କା ଦେଇଥିଲେ । ପରେ ଗୁରୁତର ହୋଇପଡିଥିବା ସବ ଇନ୍ସପେକ୍ଟରଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା।