ଓଡିଶା

odisha

ETV Bharat / state

ମୟୂରଭଞ୍ଜରେ ସଟଡାଉନ କଡାକଡି ପାଳନ - ମୟୂରଭଞ୍ଜ

ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏବେ ଜିଲ୍ଲାରେ ମୋଟ ୫୩୦ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆକ୍ରାନ୍ତଙ୍କ ମଧ୍ୟରେ ୩୮୭ ଜଣ ସୁସ୍ଥ ହେଇ ଘରକୁ ଫେରିଛନ୍ତି । ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଜିଲ୍ଲାରେ ଜୁଲାଇ ମାସର ପ୍ରତ୍ୟେକ ଶନିବାର ଏବଂ ରବିବାର ସଟଡାଉନ ଘୋଷଣା କରିଛନ୍ତି ।

shutdown
ମୟୂରଭଞ୍ଜରେ ସଟଡାଉନ କଡାକଡି ପାଳନ

By

Published : Jul 25, 2020, 2:47 PM IST

ବାରିପଦା: ରାଜ୍ୟରେ କୋରୋନା ମାମଲା ଥମିବାର ନାଁ ନେଉନାହିଁ । ଏଣୁ ରାଜ୍ୟ ସରକାର କୋରୋନା ସଂକ୍ରମଣ ରୋକିବା ପାଇଁ ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏବେ ଜିଲ୍ଲାରେ ମୋଟ ୫୩୦ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆକ୍ରାନ୍ତଙ୍କ ମଧ୍ୟରେ ୩୮୭ ଜଣ ସୁସ୍ଥ ହେଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ଜିଲ୍ଲାରେ ୧୪୩ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।

ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଜିଲ୍ଲାରେ ଜୁଲାଇ ମାସ ପ୍ରତ୍ୟେକ ଶନିବାର ଏବଂ ରବିବାର ସଟଡାଉନ ଘୋଷଣା କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ଜୁଲାଇ ମାସର ଶେଷ ଶନିବାରରେ ସଟ ଡାଉନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ସୂଚନା ଦିଆଯାଇଥିବା ବେଳେ ସୁରକ୍ଷା କର୍ମୀମାନେ ବିଭିନ୍ନ ସ୍ଥାନରେ ପଇଁତରା ମାରୁଛନ୍ତି।

ମେଡିକାଲ ଓ ମେଡିସିନ ଦୋକାନ ଛାଡିଦେଲେ ଅନ୍ୟ ସମସ୍ତ ପ୍ରକାର ଦୋକାନ ବଜାର ବନ୍ଦ ରହିଛି। ସଚେତନ ନହୋଇ ବାହାରେ ବୁଲାବୁଲି କରୁଥିବାରୁ ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଜିଲ୍ଲାର ସଦର ମହକୁମା ବାରିପଦା ସହର ସମେତ କରଞ୍ଜିଆ, ଉଦଳା, ଯଶୀପୁର ସହ ଅନ୍ୟାନ୍ୟ ଅଞ୍ଚଳରେ ଦୋକାନ ବଜାର, ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ, କାର୍ଯ୍ୟାଳୟ ଇତ୍ୟାଦି ବନ୍ଦ ରହିଛି ।

ଜିଲ୍ଲାର ପ୍ରମୁଖ ଛକ ଗୁଡିକରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଜିଲ୍ଲାରେ ପ୍ରତିଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବା ପରିଲକ୍ଷିତ ହେଉଛି। ଏହି ସଂଖ୍ୟାରେ ବୃଦ୍ଧି ଘଟୁଥିବାବେଳେ ସ୍ଥାନୀୟ ଆକ୍ରାନ୍ତ ଏବଂ କୋରୋନା ଯୋଦ୍ଧାମାନେ ମଧ୍ୟ ଆକ୍ରାନ୍ତ ହେଉଥିବାରୁ ଜିଲ୍ଲାପ୍ରଶାସନ ପାଇଁ ଏବେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details