ଓଡିଶା

odisha

ETV Bharat / state

ପ୍ରାକ୍ଟିକାଲ ବେଳେ ରାସାୟନିକ ଗ୍ୟାସ ନିର୍ଗତ ହୋଇ ଛାତ୍ରୀ ଅସୁସ୍ଥ - mayurbhanj news

ବାରିପଦା ଶ୍ରୀ ମା ମହିଳା ମହାବିଦ୍ୟାଳୟରେ ଅଘଟଣ । ପ୍ରାକ୍ଟିକାଲ ବେଳେ ରାସାୟନିକ ଗ୍ୟାସ ପ୍ରତିକ୍ରିୟାରେ 10ରୁ ଅଧିକ ଛାତ୍ରୀ ଅସୁସ୍ଥ । ଅଧିକ ପଢନ୍ତୁ...

od_mbj_student ill in mayurbhanj
ପ୍ରାକ୍ଟିକାଲ ବେଳେ ରାସାୟନିକ ଗ୍ୟାସ ନିର୍ଗତ ହୋଇ ଛାତ୍ରୀ ଅସୁସ୍ଥ

By

Published : Feb 10, 2020, 10:05 PM IST

ବାରିପଦା: ବାରିପଦା ଶ୍ରୀ ମା ମହିଳା ମହାବିଦ୍ୟାଳୟରେ ଅଘଟଣ । ପ୍ରାକ୍ଟିକାଲ ବେଳେ ରାସାୟନିକ ଗ୍ୟାସ ପ୍ରତିକ୍ରିୟାରେ 10ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇଥିଲେ । ସେମାନଙ୍କ ମଧ୍ୟରୁ 4 ଜଣଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ଭର୍ତ୍ତି 4 ଛାତ୍ରୀ ହେଲେ ଅଭିଲିପ୍ସା ବେହେରା, ଜ୍ୟୋସ୍ନା ଦାସ, ପ୍ରିୟଙ୍କା ଖିଲାର ଓ ମୋନାଲିସା ମହାନ୍ତି ।

ପ୍ରାକ୍ଟିକାଲ ବେଳେ ରାସାୟନିକ ଗ୍ୟାସ ନିର୍ଗତ ହୋଇ ଛାତ୍ରୀ ଅସୁସ୍ଥ

ଶ୍ରୀ ମା ମହିଳା ମହାବିଦ୍ୟାଳୟର +2ଛାତ୍ରୀଙ୍କ ପଦାର୍ଥ ବିଜ୍ଞାନର ପ୍ରାକ୍ଟିକାଲ ଚାଲିଥିବା ସମୟରେ ହଠାତ କୌଣସି କାରଣରୁ ରାସାୟନିକ ଗ୍ୟାସ ନିର୍ଗତ ହୋଇଥିଲା । ଏହି ବିଷାକ୍ତ ଗ୍ୟାସର ପ୍ରତିକ୍ରିୟା ଫଳରେ ଅନେକ ଛାତ୍ରୀ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଚାରି ଜଣ ଛାତ୍ରୀ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ସହ ବାନ୍ତି ହେବାରୁ ତାଙ୍କୁ ପିଆରଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସମସ୍ତ ଛାତ୍ରୀ ସୁସ୍ଥ ଅଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details