ଓଡିଶା

odisha

ETV Bharat / state

ଅଣାୟତ୍ତ ଶିମିଳିପାଳ ନିଆଁ: ରାଜ୍ୟ ସରକାରଙ୍କୁ ଦାୟୀ କଲେ ବିଧାୟକ - ଅଣାୟତ୍ତ ଶିମିଳିପାଳ ନିଆଁ

ପୁଣି ଶିମିଳିପାଳର 90ଟି ସ୍ଥାନରେ ନିଆଁ ଲାଗିଥିବା ସୂଚନା । ନିଆଁଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ । ଅଧିକ ପଢନ୍ତୁ....

ଅଣାୟତ୍ତ ଶିମିଳିପାଳ ନିଆଁ: ରାଜ୍ୟ ସରକାରଙ୍କୁ ଦାୟୀକଲେ ବିଧାୟକ
ଅଣାୟତ୍ତ ଶିମିଳିପାଳ ନିଆଁ: ରାଜ୍ୟ ସରକାରଙ୍କୁ ଦାୟୀକଲେ ବିଧାୟକ

By

Published : Mar 6, 2021, 7:11 PM IST

Updated : Mar 6, 2021, 8:10 PM IST

ରାଇରଙ୍ଗପୁର: ଆୟତ୍ତ ହେଉନି ଶିମିଳିପାଳ ନିଆଁ । ଆଜିବି ଜଳୁଛି ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳର ଉଭୟ ଉତ୍ତର ଓ ଦକ୍ଷିଣ ଅଞ୍ଚଳରେ ନିଆଁଲିଭା କାର୍ଯ୍ୟ ଜାରି ରହି ଥିବାବେଳେ ନିଆଁକୁ ଆୟତ୍ତ କରି ପାରୁନାହିଁ ବନବିଭାଗ କିମ୍ବା ଅଗ୍ନିଶମ ବିଭାଗ ।

ଅଣାୟତ୍ତ ଶିମିଳିପାଳ ନିଆଁ: ରାଜ୍ୟ ସରକାରଙ୍କୁ ଦାୟୀ କଲେ ବିଧାୟକ

ଶୁକ୍ରବାର ଏବଂ ଶନିବାର ମଧ୍ୟ ଫରେଷ୍ଟ ସର୍ଭେ ଓଫ୍ ଇଣ୍ଡିଆର ସାଟେଲାଇଟ ରିପୋର୍ଟ ଅନୁଯାୟୀ ଯଶିପୁର ବନ୍ୟପ୍ରାଣୀ କାର୍ଯ୍ୟାଳୟର ଗୁରୁଗୁଡ଼ିଆ, ବରେହିପାଣି, ତାଳବନ୍ଧ, କେନ୍ଦୁମୁଣ୍ଡି, ସାତକୋଶିଆ, ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଆଜି ପୁଣି ୯୦ ରୁ ଅଧିକ ଜାଗାରେ ନିଆଁ ଲାଗିଛି । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବିଭାଗର ୫ ଟି ଟିମ ଶିମିଳିପାଳ ଅଭୟାରଣ୍ୟକୁ ଯାଇଛନ୍ତି ।

ସେପଟେ ଅଗ୍ନିଶମ ବିଭାଗ ନିଆଁ ଲିଭାଇବା ପାଇଁ ଜଙ୍ଗଲର ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଛନ୍ତି । ତେବେ ଜଶିପୁର ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆ ଶିମିଳିପାଳରେ ଲାଗିଥିବା ନିଆଁ ଯୋଗୁଁ ସିଧାସଳଖ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Mar 6, 2021, 8:10 PM IST

ABOUT THE AUTHOR

...view details