ରାଇରଙ୍ଗପୁର:ମୟୂରଭଞ୍ଜରେ ବସ୍ ଦୁର୍ଘଟଣା । ଯାତ୍ରୀବାହୀ ବସ୍କୁ ଧକ୍କା ଦେଲା ଚାଉଳ ବୋଝେଇ ଟ୍ରକ । ଫଳରେ ଭାରସାମ୍ୟ ହରାଇ ଘାଟିରୁ ୩୦ ଫୁଟ ତଳକୁ ଖସି ପଡ଼ିଲା ବସ୍ । ଆଜି ମୟୂରଭଞ୍ଜ ଜିଲ୍ଲାର ମହୁଲଡିହା ଥାନା ଅନ୍ତର୍ଗତ କରଞ୍ଜିଆ-ଆନନ୍ଦପୁର ରାସ୍ତାର ଗୋଡଭଙ୍ଗା ଘାଟିରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୧୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ବସଟି ଭୁବନେଶ୍ବରକୁ ଯାଉଥିଲା ।
ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ଅନ୍ତର୍ଗତ ଯାମଦା ବସଷ୍ଟାଣ୍ଡରୁ ସାଇ ଶଙ୍କର ନାମକ ଏକ ଯାତ୍ରୀବାହୀ ବସ୍ ଗତକାଲି ରାତିରେ ଭୁବନେଶ୍ବର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ବସ୍ ମହୁଲଡିହା ଥାନା ପାରି ହେବା ପରେ ୫୩ ନଂ ରାଜ୍ୟ ରାଜପଥ କରଞ୍ଜିଆ-ଆନନ୍ଦପୁର ରାସ୍ତାର ଗୋଡଭଙ୍ଗା ଘାଟି ଦେଇ ଆଗକୁ ବଢୁଥିଲା । ହେଲେ ଗତକାଲି ବିଳମ୍ବିତ ରାତି ପାଖାପାଖି ୧.୩୦ ସମୟରେ ପଛ ପଟୁ ଏକ ଚାଉଳ ବୋଝେଇ ଟ୍ରକ୍ ବସକୁ ଧକ୍କା ଦେଇଥିଲା । ଯାହାଫଳରେ ଟ୍ରକ୍ ଘାଟିରେ ରାସ୍ତା କଡ଼କୁ ଖସି ପଡ଼ିଥିବା ବେଳେ ସାଇ ଶଙ୍କର ବସ୍ ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଓଲଟି ପଡିଥିଲା ।
ଏହାମଧ୍ୟ ପଢନ୍ତୁ: କେନାଲକୁ ଖସିଲା ବରଯାତ୍ରୀ ବସ୍: ୭ ଜଣଙ୍କ ପ୍ରାଣହାନି, ଏକାଧିକ ଗୁରୁତର