ଓଡିଶା

odisha

ETV Bharat / state

ବାରିପଦା ଜଗନ୍ନାଥ ମନ୍ଦିରରେ ପରିଚାଳନାଗତ ସମସ୍ୟା, ଆମରଣ ଅନଶନରେ ସେବାୟତ

ମୟୂରଭଞ୍ଜ ବାରିପଦା ଜଗନ୍ନାଥ ମନ୍ଦିରରେ ଦେଖାଦେଇଛି ପରିଚାଳନାଗତ ସମସ୍ୟା । ଏହାର ସମାଧାନା ପାଇଁ ସେବାୟତମାନେ ଆମରଣ ଅନଶନରେ ବସିଛନ୍ତି । ଅଧିକ ପଢନ୍ତୁ....

ବାରିପଦା ଜଗନ୍ନାଥ ମନ୍ଦିରରେ ପରିଚାଳନାଗତ ସମସ୍ୟା, ସମାଧାନ ପାଇଁ ସେବାୟତଙ୍କ ଅନଶନ
ବାରିପଦା ଜଗନ୍ନାଥ ମନ୍ଦିରରେ ପରିଚାଳନାଗତ ସମସ୍ୟା, ସମାଧାନ ପାଇଁ ସେବାୟତଙ୍କ ଅନଶନ

By

Published : Oct 8, 2021, 9:27 PM IST

ବାରିପଦା: ଦ୍ବିତୀୟ ଶ୍ରୀକ୍ଷେତ୍ର ରୂପେ ପରିଚିତ ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ମନ୍ଦିରରେ ପରିଚାଳନାଗତ ସମସ୍ୟା ଦେଖାଦେଇଛି । ଏହି ସମସ୍ୟାକୁ ନେଇ ସେବାୟତମାନେ ଆମରଣ ଅନଶନରେ ବସିଛନ୍ତି । ସେବାୟତଙ୍କ ଦାବି ଅନୁଯାୟୀ କୌଣସି ବିହିତ ପଦକ୍ଷେପ ନିଆଯାଇନଥିବାରୁ ଦ୍ବିତୀୟ ଦିନରେ ସେବାୟତମାନେ ଅନଶନରେ ବସିଛନ୍ତି ।

ବାରିପଦା ଜଗନ୍ନାଥ ମନ୍ଦିରରେ ପରିଚାଳନାଗତ ସମସ୍ୟା, ସମାଧାନ ପାଇଁ ସେବାୟତଙ୍କ ଅନଶନ

ସେବାୟତଙ୍କ ଦାବି ଅନୁଯାୟୀ, ମନ୍ଦିରର ସୁପକାର ମାନଙ୍କ ପାଇଁ ଅସ୍ଥାୟୀ ବସାଗୃହ ନିର୍ମାଣ କରିବା, ଚତୁର୍ଦ୍ଧା ମୃତ୍ତିଙ୍କ ପୂଜାର୍ଚ୍ଚନା ପାଇଁ ଆବଶ୍ୟକୀୟ ସରଞ୍ଜାମର ବ୍ୟବସ୍ଥା ସହ ବଡ଼ଦାଣ୍ଡରେ ଅର୍ଦ୍ଧନିର୍ମିତ ଭାବେ ପଡି ରହିଥିବା ୩ଗୋଟି ରଥକୁ ଯଥାଶୀଘ୍ର ଖୋଲିବା ସହିତ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ଦାବି କରିଛନ୍ତି । ଏଥି ସହିତ ପ୍ରଭୁ ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ମନ୍ଦିରରେ ବିଭିନ୍ନ ରୀତିନୀତି ଗୁଡିକର ପରିଚାଳନାରେ ବ୍ୟାପକ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଏହାର ସମାଧାନ କରିବା ଭଳି ଦାବି କରିଛନ୍ତି ।

ଅନ୍ୟପଟେ ଏ ବାବଦରେ ପୂର୍ବରୁ ସେବାୟତଙ୍କ ଦ୍ବାରା ଜିଲ୍ଲାପାଳଙ୍କ ସମେତ ଦେବତ୍ବର ବିଭାଗ, ବାରିପଦା ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଯୋଗେ ଅବଗତ କରିଥିଲେ। ଏହାର କୌଣସି ବିହିତ ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ସେବାୟତମାନେ ଆମରଣ ଅନଶନରେ ବସିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details