ଓଡିଶା

odisha

ETV Bharat / state

ସେପ୍ଟେମ୍ବର 6ରେ କଳାଦିବସ ପାଳିଲା କୁଡୁମୀ ସେନା - କୁଡୁମୀ ସେନା

ସେପ୍ଟେମ୍ବର 6କୁ କଳାଦିବସ ଭାବେ ପାଳନ କରିଛି କୁଡୁମୀ ସେନା । ୭୦ ବର୍ଷ ପୂର୍ବରୁ କୁଡୁମୀ ସମ୍ପ୍ରଦାୟକୁ ଅନୁସୂଚିତ ଜାତିରୁ ବାଦ ଦିଆଯିବା ପ୍ରତିବାଦରେ ପ୍ରତିବର୍ଷ ଏହି ଦିନକୁ କଳା ଦିବସ ଭାବେ ପାଳନ କରି ଆସୁଛନ୍ତି କୁଡୁମୀ ସମ୍ପ୍ରଦାୟ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

By

Published : Sep 6, 2019, 9:35 PM IST

ବାରିପଦା: ଆଜକୁ ୭୦ ବର୍ଷ ପୂର୍ବରୁ କୁଡୁମୀ ସମ୍ପ୍ରଦାୟକୁ ଅନୁସୂଚିତ ଜାତିରୁ ବାଦ ଦେଇଥିଲେ ସରକାର । ଏହାକୁ ବିରୋଧ କରି ଶୁକ୍ରବାର ବାରିପଦା, ରାଇରଙ୍ଗପୁର, କରଞ୍ଜିଆ ଓ ଉଦଳାଠାରେ କୁଡୁମୀ ସେନା ପାଳିଛି କଳା ଦିବସ । କୁଡୁମୀ ସେନାର ସଦସ୍ୟମାନେ ସେପ୍ଟେମ୍ବର ୬ ତାରିଖକୁ କଳା ଦିବସ ଭାବେ ପାଳନ କରିବା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ଳାରକପତ୍ର ପ୍ରଦାନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

୧୯୫୦ ମସିହାରେ ଅନୁସୂଚିତ ଜାତି ତାଲିକାରୁ କୁଡୁମୀ ସମ୍ପ୍ରଦାୟକୁ ବାଦ ଦେବା ପ୍ରତିବାଦରେ ପ୍ରତିବର୍ଷ ସେପ୍ଟମ୍ବର ୬ ତାରିଖକୁ କଳା ଦିବସ ଭାବେ ପାଳନ କରି ଆସୁଛନ୍ତି କୁଡୁମୀ ସେନା । ତେବେ ଏଥର ମଧ୍ୟ ଆଜିର ଦିନକୁ କଳା ଦିବସ ଭାବେ ପାଳନ ସହିତ କୁଡୁମୀ ସଂପ୍ରଦାୟ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମୟୁରଭଞ୍ଜ ଜିଲ୍ଲାପାଳ ଓ ସମସ୍ତ ସବ ଡିଭିଜନର ଉପଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଅନ୍ୟପକ୍ଷେ କୁଡୁମୀ ସଂପ୍ରଦାୟକୁ ଅନୂସୂଚିତ ଜାତି ତାଲିକାରେ ଅନ୍ତର୍ଭୁକ୍ତ କରା ନଗଲେ ଆଗାମୀ ଦିନରେ କୁଡୁମୀ ସେନା ଆନ୍ଦୋଳନକୁ ବ୍ୟାପକ କରିବ ବୋଲି ଚେତାବନୀ ଦେଇଛନ୍ତି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details