ରାଇରଙ୍ଗପୁର: ହାଣ୍ଡିଆ ପାଇଁ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତ ଅର୍ଜୁନ ମାଝୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ରାଇରଙ୍ଗପୁର କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅନୁପ ରଞ୍ଜନ ପଟ୍ଟନାୟକ। ଏପରି ଏକ ସମ୍ବେଦନଶୀଳ ହତ୍ୟା ଘଟଣାରେ ସମସ୍ତ ତଥ୍ୟ ଓ ସମସ୍ତ ସାକ୍ଷୀମାନଙ୍କ ବୟାନକୁ ଭିତ୍ତିକରି କୋର୍ଟ ଅଭିଯୁକ୍ତ ଅର୍ଜୁନଙ୍କୁ ଆଜୀବନ କାରାଦଣ୍ଡ ସହିତ 10 ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ଜୋରିମାନା ଅନାଦେୟ 6ମାସ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ରାୟ ପ୍ରକାଶ ପାଇବା ପରେ ଆସାମୀ ଅର୍ଜୁନଙ୍କୁ ରାଇରଙ୍ଗପୁର ଉପକାରାଗାର ପଠାଇ ଦିଆଯାଇଛି।
ହାଣ୍ଡିଆ ପାଇଁ ହତ୍ୟା, ଦୋଷୀକୁ ଆଜୀବନ କାରାଦଣ୍ଡ - rairungpur
ହାଣ୍ଡିଆ ପାଇଁ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତ ଅର୍ଜୁନ ମାଝୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଧିକ ପଢନ୍ତୁ...
ପୂର୍ବଘଟଣା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପିଠାକୁଟୁଣୀ ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଥିଲା। ପିର୍ଥୀ ମାଝୀ ନାମକ ଜନୈକ ବୃଦ୍ଧ ହାଣ୍ଡିଆ ବିକ୍ରିକରି ପରିବାର ପୋଷଣ କରୁଥିଲେ। ତେବେ ତାଙ୍କ ପାଖକୁ ଅର୍ଜୁନ ମାଝୀ ହାଣ୍ଡିଆ ପିଇବାକୁ ଯାଇଥିବାବେଳେ କୌଣସି କାରଣରୁ ପିର୍ଥୀ ହାଣ୍ଡିଆ ଦେବାକୁ ମନା କରିଥିଲେ। ଉକ୍ତ ଘଟଣାକୁ ନେଇ ୨୦୧୭ ମସିହା ଡିସେମ୍ବର ୩ ତାରିଖ ଦ୍ୱିପ୍ରହରରେ ଗାଁ ନିକଟ ବିଲରେ ପିର୍ଥୀକୁ ଏକୁଟିଆ ପାଇ ଅର୍ଜୁନ ପଥରରେ ଛେଚି ହତ୍ୟା କରିଥିଲା । ଏ ନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ସେପଟେ ସରକାରଙ୍କ ପକ୍ଷରୁ ଉକ୍ତ ମକଦ୍ଦମାକୁ ଅତିରିକ୍ତ ପିପି ପଙ୍କଜ ଦାସ ପରିଚାଳନା କରୁଥିଲେ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ