ଓଡିଶା

odisha

ETV Bharat / state

ଚାକିରି ନାଁରେ ଲକ୍ଷାଧିକ ଠକି ନେଇଛି ଠିକା ସଂସ୍ଥା, ଏଜେଣ୍ଟ ଅଟକ - ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଚାକିରି

ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଚାକିରି ଦେବା ନାଁରେ ବେକାର ଯୁବକ ଓ ଯୁବତୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ହଡପ କରିଛି ‘ସୁମିତ ସିକ୍ୟୁରିଟି’ ନାମକ ଏକ ଠିକା ସଂସ୍ଥା । ଏବେ ଏହି ଠିକା ସଂସ୍ଥାର ଜଣେ ଏଜେଣ୍ଟଙ୍କୁ ଅଟକ ରଖି ପଚରାଉଚରା ଜାରି କରୁଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

By

Published : Sep 9, 2019, 9:06 PM IST

ମୟୂରଭଞ୍ଜ: ଚାକିରି କରେଇ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡପ ଅଭିଯୋଗ । ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ସିକ୍ୟୁରିଟି ପଦ, ସଫେଇ କାମ ସହ ଅନ୍ୟାନ୍ୟ ଚାକିରି କରେଇବା ନାଁରେ ଲକ୍ଷାଧିକ ଠକି ନେଇଛି ଠିକା ସଂସ୍ଥା । ଜିଲ୍ଲାର ଅନେକ ବେକାର ଯୁବକ ଓ ଯୁବତୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ହଡପ କରିଛି ‘ସୁମିତ ସିକ୍ୟୁରିଟି’ ନାମକ ଏକ ଠିକା ସଂସ୍ଥା । ଏବେ ଏହି ଠିକା ସଂସ୍ଥାର ଜଣେ ଏଜେଣ୍ଟଙ୍କୁ ଅଟକ ରଖି ପଚରାଉଚରା ଜାରି କରିଛି ପୋଲିସ ।

‘ସୁମିତ ସିକ୍ୟୁରିଟି’ ସଂସ୍ଥାର ଏଜେଣ୍ଟ ରମାକାନ୍ତ ବେହେରା ଟଙ୍କା ନେଇ ଚାକିରିର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି । ପରେ ଚାକିରି ନମିଳିବାରୁ ସୋମବାର ଟଙ୍କା ଦେଇଥିବା ଯୁବକ ଯୁବତୀ ମାନେ ହସ୍ପିଟାଲ ପରିସରରେ ରମାକାନ୍ତ ବେହେରାଙ୍କୁ ଘେରିଥିଲେ। ହସ୍ପିଟାଲ ପରିସରରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ ଘଟଣାସ୍ଥଳରେ ବାରିପଦା ପୋଲିସ ପହଞ୍ଚି ଏଜେଣ୍ଟଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଏହି ଘଟଣା ପରେ ଅଣରାଜନୈତିକ ସଙ୍ଗଠନ ଭଞ୍ଜ ସେନାର ସଭାପତି ପିଣ୍ଟୁ ମାଇତି ସିକ୍ୟୁରିଟି ସଂସ୍ଥା ନାଁରେ ସଂଗୀନ ଅଭିଯୋଗ ଆଣିଛନ୍ତି । ଜିଲ୍ଲାର କୋଣ ଅନୁକୋଣର ପିଲାଙ୍କୁ ଠକି ଥିବା ସମ୍ପୃକ୍ତ ସଂସ୍ଥା ବିରୋଧରେ ହସ୍ପିଟାଲ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରିବା ସହ ହଡପ ହୋଇଥିବା ଟଙ୍କାକୁ ଫେରାଇବା ବ୍ୟବସ୍ଥା କରିବା ପାଇଁ କହିଛନ୍ତି। ଖୁବଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ଭଞ୍ଜ ସେନା ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details