ବାରିପଦା: ଲକଡାଉନ କୋହଳ ପରେ ମାତିଛନ୍ତି ଗୋଚାଲାଣ କାରୀ ମାଫିଆ । ମୟୂରଭଞ୍ଜ ଜିଲ୍ଲା 49ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ବଜାର ନିକଟରେ ଏକ ସ୍କୋର୍ପିଓ ଦୁର୍ଘଟଣା ପରେ ଏହି ଘଟଣାକୁ ଏବେ ପଦାକୁ ଆସିଛି ।
ଦୁର୍ଘଟଣାଗ୍ରସ୍ତ ହେଲା ଗୋରୁ ଚୋରାଚାଲାଣ କରୁଥିବା ସ୍କୋର୍ପିଓ - ଗୋରୁ ଚୋରାଚାଲାଣ କରୁଥିବା ସ୍କୋର୍ପିଓ
ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବଜାର ନିକଟରେ ଗୋରୁ ଚାଲାଣ । ଦୁର୍ଘଟଣାଗ୍ରସ୍ତ ସ୍କୋର୍ପିଓରୁ ସୁରକ୍ଷିତ ଉଦ୍ଧାର ହେଲା ଗୋଟିଏ ଷଣ୍ଢ ଓ ଦୁଇଟି ଗାଇ । ଅଧିକ ପଢନ୍ତୁ...

ଦୁର୍ଘଟଣାଗ୍ରସ୍ତ ହେଲା ଗୋରୁ ଚୋରାଚାଲାଣ କରୁଥିବା ସ୍କୋର୍ପିଓ
ଦୁର୍ଘଟଣାଗ୍ରସ୍ତ ହେଲା ଗୋରୁ ଚୋରାଚାଲାଣ କରୁଥିବା ସ୍କୋର୍ପିଓ
ବାଙ୍ଗିରିପୋଷି ବଜାର ନିକଟରେ ଏକ ଗୋରୁ ଚାଲାଣ ବଝେଇ ସ୍କୋର୍ପିଓ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ଗାଡି ଛାଡି ଫେରାର ହୋଇଯାଇଥିଲା ଚାଳକ ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍କୋର୍ପିଓକୁ ଜବତ କରିଥିଲା । ଏହି ସମୟରେ ଗାଡିରୁ ଗୋଟିଏ ଷଣ୍ଢ ସହିତ 2ଟି ଗାଇ ସୁରକ୍ଷିତ ଉଦ୍ଧାର କରିଛି ପୋଲିସ । ସେପଟେ, ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ