ଓଡିଶା

odisha

ETV Bharat / state

ରାଲିରେ ସଚେତନ: ସହଜରେ ମିଳିବ ପାନୀୟ ଜଳ ଓ ବିଦ୍ୟୁତ - drinking-water-and-electric

ସହଜ ଓ ସରଳ ଉପାୟରେ ପିଇବା ପାଣି, ବିଜୁଳି ସମସ୍ୟାକୁ ଲୋକେ କିପରି ଦୂର କରିପାରିବେ ସେ ନେଇ ଗବେଷଣା କରିଛନ୍ତି ପୂର୍ବତନ ବୈଜ୍ଞାନିକ ଶ୍ୟାମସୁନ୍ଦର ଶର୍ମା । ଏପଟେ ସହରରେ ଏକ ରାଲି ମାଧ୍ୟମରେ ଲୋକଙ୍କୁ ଏ ନେଇ ସଚେତନ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

By

Published : Jul 9, 2019, 9:03 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ପୂର୍ବତନ ବୈଜ୍ଞାନିକ ଶ୍ୟାମସୁନ୍ଦର ଶର୍ମାଙ୍କ ସଚେତନତା ରାଲି । ଦିନକୁ ଦିନ ପିଇବା ପାଣି, ବିଜୁଳି ସମସ୍ୟା ଦେଖିବାକୁ ମିଳୁଛି । ଆଉ ଏହି ସମସ୍ୟାକୁ ସହଜ ଓ ସରଳ ଉପାୟରେ ଲୋକେ କିପରି ଦୂର କରିପାରିବେ ସେ ନେଇ ଗବେଷଣା କରିଛନ୍ତି ବୈଜ୍ଞାନିକ । ଏହା ସହ ପାନୀୟ ଜଳ ଓ ବିଜୁଳି ଶସ୍ତାରେ କିପରି ଲୋକେ ପାଇବେ ସେନେଇ ମଧ୍ୟ ଶ୍ୟାମସୁନ୍ଦର ଗବେଷଣା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଏ ସବୁ ବିଷୟ ଉପରେ ବୈଜ୍ଞାନିକ ଶ୍ୟାମସୁନ୍ଦର ଏକ ବହି ମଧ୍ୟ ଲେଖିଥିବା ବେଳେ ସହରରେ ଏକ ରାଲି ମାଧ୍ୟମରେ ଲୋକଙ୍କୁ ସଚେତନ କରିଛନ୍ତି । ଅଯଥା ପିଇବା ପାଣି କିମ୍ବା ବିଜୁଳି ନଷ୍ଟ ନକରିବା ପାଇଁ ଉପଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ନିଜେ ସହରରେ କିପରି ଲୋକେ ପୋଖରୀ ପାଣିରୁ ଶୁଦ୍ଧ ପାନୀୟ ଜଳ ପ୍ରସ୍ତୁତ କରିବେ ସେଥିପାଇଁ ଉପାୟ ବାହାର କରିଛନ୍ତି ସେ ।

ପାନୀୟ ଜଳ ପରି ବିଦ୍ୟୁତର ମଧ୍ୟ ଆବଶ୍ୟତା ରହିଛି । ତେଣୁ ଲୋକେ ବିଜୁଳି କିପରି ଶସ୍ତାରେ ପାଇବେ ସେଥିପାଇଁ ମଧ୍ୟ ଉପାୟ ବାହାର କରିଛନ୍ତି ବୈଜ୍ଞାନିକ । ବୈଜ୍ଞାନିକ ଶ୍ୟାମସୁନ୍ଦର ଶର୍ମା ଲୋକଙ୍କୁ ସଚେତନ ପାଇଁ ଏହି ରାଲି ମା’ ଅମ୍ବିକା ମନ୍ଦିର ନିକଟରୁ ବାହାର କରି ସହର ପରିକ୍ରମା କରିଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details