ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାରେ ୬୫ ତମ ବିଦ୍ୟାଳୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଜିଲ୍ଲାର ତିରିଂ ବ୍ଲକ ଯଦୁନାଥପୁର ସୀମାନ୍ତ ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆରେ ରାଜ୍ୟ ବିଦ୍ୟାଳୟ ସମୂହର ୧୪ ବର୍ଷ ଏବଂ ୧୭ ବର୍ଷରୁ କମ୍ ବର୍ଗର ତିନି ଦିନିଆ ତୀରନ୍ଦାଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ଶିକ୍ଷାଧିକାରୀ ଧୃବ ଚରଣ ବେହେରାଙ୍କ ସଭାପତିତ୍ବରେ ବାମନଘାଟି ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦ୍ବୀପ ପ୍ରଜ୍ବଳନ ଓ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।