ଓଡିଶା

odisha

By

Published : Sep 20, 2019, 10:55 PM IST

ETV Bharat / state

ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ପଦଯାତ୍ରା: ବିଜାତଳାରେ ସତ୍ୟବ୍ରତ

ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ସହ ମହାନଦୀ ଜଳ ବିବାଦର ସମାଧାନ ଏବଂ ପୋଲାଭରମ ପ୍ରକଳ୍ପ ବନ୍ଦ ହେବା ଦାବି ନେଇ ପଦଯାତ୍ରା ଆରମ୍ଭ କରିଥିବା ଜଗତସିଂହପୁର ଜିଲ୍ଲା ପରିଲ ପଞ୍ଚାୟତର ସତ୍ୟବ୍ରତ ଦାସ ୬୩ ଦିନରେ ୫୮ଟି ବ୍ଲକ ଦେଇ ଯାତ୍ରା କରିସାରିଲେଣି । ପଢନ୍ତୁ ଅଧିକ ଖବର...

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର


ରାଇରଙ୍ଗପୁର: ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ସହ 3ଟି ଦାବି ନେଇ ପଦଯାତ୍ରା ଆରମ୍ଭ କରିଥିଲେ ଜଗତସିଂହପୁର ଜିଲ୍ଲା ପରିଲ ପଞ୍ଚାୟତର ସତ୍ୟବ୍ରତ ଦାସ । ଗତ ଜୁଲାଇ 20 ତାରିଖରୁ ସେ ଯାଜପୁର ଜିଲ୍ଲା ବଡ଼ଚଣାରୁ ନିଜର ପଦଯାତ୍ରା ଆରମ୍ଭ କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ମହାନଦୀ ଜଳ ବିବାଦର ସମାଧାନ ଏବଂ ପୋଲାଭରମ ପ୍ରକଳ୍ପ ବନ୍ଦ ହେବା ନେଇ ସେ ଏହି ପଦଯାତ୍ରାରେ ବାହାରିଥିଲେ । ଏହି କ୍ରମରେ ସତ୍ୟବ୍ରତ ଆଜି ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକରେ ପହଞ୍ଚିଥିଲେ । ସେଠାରେ ବିଡିଓଙ୍କ ଅନୁପସ୍ଥିତିରେ ମୁଖ୍ୟ କିରାଣୀ ମହାଦେବ ସିଂଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ସତ୍ୟବ୍ରତଙ୍କୁ ବିଜାତଳାରେ ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚାର ପ୍ରମୁଖ ସଦସ୍ୟମାନେ ସ୍ବାଗତ କରିବା ସହିତ କିଛି ସମୟ ତାଙ୍କ ସହ ଆଲୋଚନା କରିଥିଲେ । ଏଥିସହିତ ତାଙ୍କ ଦାବିଙ୍କୁ ସମ୍ମାନ ଜଣାଇଥିଲେ ।

ବର୍ତ୍ତମାନ ସୁଦ୍ଧା ଅର୍ଥାତ ପଦଯାତ୍ରାର ୬୩ ଦିନରେ ସତ୍ୟବ୍ରତ ୫୮ଟି ବ୍ଲକ ଦେଇ ଯାତ୍ରା କରିସାରିଲେଣି । ଏହି ପଦଯାତ୍ରା ଜରିଆରେ ସେ ଜନସଚେତନତା ସୃଷ୍ଟି କରିବା ସହିତ ସରକାରଙ୍କୁ ଚେତାଇବା ତାଙ୍କ ଉଦ୍ଦେଶ୍ୟ କହିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details