ରାଇରଙ୍ଗପୁର : ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭାବେ ଦେଖିବା ପାଇଁ ଜାହିରା ପୀଠରେ ମାନସିକ ରଖି ପୂଜାର୍ଚ୍ଚନା କଲେ ସାନ୍ତାଳୀ ସମ୍ପ୍ରଦାୟ । ଦ୍ରୌପଦୀଙ୍କ ପୈତୃକ ଗାଁ କୁସୁମୀ ବ୍ଲକ ଅନ୍ତର୍ଗତ ଉପରବେଡା ଗାଁରେ ସାନ୍ତାଳୀ ସମ୍ପ୍ରଦାୟ ଲୋକଙ୍କ ସହିତ ଗ୍ରାମବାସୀମାନେ ଜାହିରା ପୀଠ ରେ ପୂଜାର୍ଚ୍ଚନା କରିଛନ୍ତି । ସାନ୍ତାଳୀ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ସମ୍ପନ୍ନ ପରେ ଗାଁର ପୁରୁଷ ଓ ମହିଳାମାନେ ଏକତ୍ରିତ ହୋଇ ମାଦଳର ତାଳେତାଳେ ନାଚଗୀତରେ ଝୁମି ଉଠିଥିଲେ।
Droupadi Murmu: ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ଭାବେ ଦେଖିବା ପାଇଁ ସାନ୍ତାଳୀ ସମ୍ପ୍ରଦାୟଙ୍କ ପୂଜାର୍ଚ୍ଚନା - ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ
ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭାବେ ଦେଖିବା ପାଇଁ ଜାହିରା ପୀଠରେ ମାନସିକ ରଖି ପୂଜାର୍ଚ୍ଚନା କଲେ ସାନ୍ତାଳୀ ସମ୍ପ୍ରଦାୟ। ଅଧିକ ପଢନ୍ତୁ
ଜୁନ 21ରେ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଥିଲା । ପରେ ଏନଡିଏ ମେଣ୍ଟ ବାହାରେ ଥିବା କିଛି ଆଞ୍ଚଳିକ ଦଳମାନେ ମୁର୍ମୁଙ୍କୁ ସମର୍ଥନ ଦେବାରେ ଲାଗିଛନ୍ତି । ପୂର୍ବରୁ ବିଜୁ ଜନତା ଦଳ ଓ ଆନ୍ଧ୍ରରେ ଶାସନରେ ଥିବା YSR କଂଗ୍ରେସ ମଧ୍ୟ ମୁର୍ମୁଙ୍କୁ ସମର୍ଥନ ଦେଇସାରିଛି । ଚଳିତ ମାସ 18 ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହେବାକୁ ଥିବା ବେଳେ 21 ତାରିଖରେ ଗଣତି ଓ ଫଳାଫଳ ପ୍ରକାଶ ପାଇବ । ସେହିପରି 24 ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଛି । ପର ଦିନ ଅର୍ଥାତ 25 ତାରିଖରେ ପରବର୍ତ୍ତୀ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ।
ଇଟିଭି ଭାରତ, ରାଇରଙ୍ଗପୁର