ଓଡିଶା

odisha

ETV Bharat / state

ସାନ୍ତାଳୀ ନବବର୍ଷ ‘ମାଘମୁଲୁଃ’: ମହିଳାଙ୍କୁ ରୋଷେଇ କରି ଖାଇବାକୁ ଦିଅନ୍ତି ପୁରୁଷ - ମାଘମୁଲୁଃ ପାଳିତ

ମୟୂରଭଞ୍ଜ କେନ୍ଦୁଆ ଗାଁରେ  ଆଦିବାସୀ ମାନଙ୍କ ପକ୍ଷରୁ ସାନ୍ତାଳୀ ନବବର୍ଷ "ମାଘମୁଲୁଃ" ପାଳିତ। ମାଘ ମାସର  ପ୍ରଥମ ଚନ୍ଦ୍ର ଦର୍ଶନରୁ ତିଥିରୁ  ଆଦିବାସୀଙ୍କ ନବବର୍ଷ ଆରମ୍ଭ। ଅଧିକ ପଢନ୍ତୁ...

santali new year
ସାନ୍ତାଳୀ ନବବର୍ଷ

By

Published : Jan 31, 2020, 11:38 PM IST

ରାଇରଙ୍ଗପୁର:ମୟୂରଭଞ୍ଜ ଜିଲ୍ଲା କେନ୍ଦୁଆ ଗାଁରେ ଆଦିବାସୀ ମାନଙ୍କ ପକ୍ଷରୁ ସାନ୍ତାଳୀ ନବବର୍ଷ "ମାଘମୁଲୁଃ" ପାଳିତ ହୋଇଯାଇଛି। ଏହି ଗାଁରେ ପ୍ରତ୍ୟକ ବର୍ଷ ନିଆରା ଢଙ୍ଗରେ ସାନ୍ତାଳୀ ନବବର୍ଷ ପାଳନ କରାଯାଇଥାଏ। ମାଘ ମାସର ପ୍ରଥମ ଚନ୍ଦ୍ର ଦର୍ଶନରୁ ତିଥିରୁ ଆଦିବାସୀଙ୍କ ନବବର୍ଷ ଆରମ୍ଭ ହୋଇଥାଏ। ଏହି ଚନ୍ଦ୍ର ଦର୍ଶନ ତିଥିରେ ସାନ୍ତାଳ ସମ୍ରଦାୟର ଲୋକେ ମାଘମୁଲୁଃ ପାଳନ କରି ଥାନ୍ତି। ଏହି ଉତ୍ସବରେ ଗାଁର ମହିଳା, ପୁରୁଷ ଏକାଠି ହୋଇ ନୃତ୍ୟ ଗୀତ କରିବା ସହ ଖାଇଥାନ୍ତି। ବର୍ଷସାରା ମହିଳା ମାନେ ପୁରୁଷଙ୍କୁ ରାନ୍ଧିବାଢି ଖାଇବାକୁ ଦେଇଥିବା ବେଳେ ଏହି ଉତ୍ସବରେ ପୁରୁଷମାନେ ମହିଳାମାନଙ୍କୁ ରୋଷେଇ କରି ଖାଦ୍ୟ ପରଷି ଦେଇଥାନ୍ତି। ଏହା ଏକ ନିଆରା ପରମ୍ପରା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

ମାଘମୁଲୁଃ ପାଳିତ

ଏହି ଉତ୍ସବରେ ସମ୍ମାନୀୟ ଅତିଥି ଭାବେ ବାବାତିଲକା ପାଠାଗାରର ପ୍ରତିଷ୍ଠାତା ରାମଦାଶ ମୁର୍ମୁ ଯୋଗ ଦେଇଥିବା ବେଳେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details