ବାରିପଦା:ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ରେ ତାଲା ପକାଇଲେ ସାନ୍ତାଳୀ ଭାଷା ପ୍ରଶିକ୍ଷକ। ଚାକିରୀ ନିୟମିତ ଦାବିରେ ବୁଧବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ କୁ ତାଲା ପକାଇଛନ୍ତି ସାନ୍ତାଳୀ ଭାଷା ପ୍ରଶିକ୍ଷକ ମାନେ ।
ସୂଚନା ଅନୁସାରେ ଓଡିଶା ରାଜ୍ୟ ଗଣଶିକ୍ଷା ବିଭାଗ ନିର୍ଦେଶ କ୍ରମେ ମୟୂରଭଞ୍ଜ ଜିଲ୍ଲା ଜିଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଗତ ୨୦୦୭ ମସିହା ଡିସେମ୍ବର ମାସରେ ସାନ୍ତାଳୀ ଭାଷା ପ୍ରଶିକ୍ଷକ ମାନଙ୍କୁ ନିଯୁକ୍ତି ଦେଇଥିଲେ। ତେବେ ନିଯୁକ୍ତି ପାଇବାର ୧୨ ବର୍ଷ ପରେ ମଧ୍ୟ ରାଜ୍ୟ ସରକାର ଚାକିରୀ ନିୟମିତ କରିନାହାନ୍ତି।