ଓଡିଶା

odisha

By

Published : Jul 29, 2019, 2:56 PM IST

ETV Bharat / state

କଲେଜ ଅଧ୍ୟକ୍ଷଙ୍କ ନାଁରେ ଅଭିଯୋଗ, ଫିଟୁଛି କଳା କାରନାମାର ଗୁମର

ଲାଲମୋହନ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ପାଇଁ ବଢୁଛି ଅଡୁଆ । ଅସଦାଚରଣ ଏବଂ ଦୁର୍ବ୍ୟବହାର ଅଭିଯୋଗ ଆସିବା ପରେ ତାଙ୍କ ଅଭିଯୋଗର ତାଲିକା ଲମ୍ବିବାରେ ଲାଗିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜ: ଲାଲମୋହନ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ କଳା କାରନାମାର ଫିଟୁଛି ଗୁମର । ଅଧ୍ୟକ୍ଷଙ୍କ କେଳେଙ୍କାରୀକୁ ନେଇ ଜଣେ ଅଧ୍ୟାପିକା ମୁହଁ ଖୋଲିବା ପରେ ଏବେ ଅଧ୍ୟକ୍ଷଙ୍କ ବିରୋଧରେ ଅଭିଯୋଗର ତାଲିକା ଲମ୍ବିବାରେ ଲାଗିଛି ।

ସୂଚନାଯୋଗ୍ୟ, ଉଦଳା ଥାନା ଅଧୀନରେ ଥିବା ଲାଲମୋହନ ସଂସ୍କୃତ ମହାବିଦ୍ୟାଳୟ ଜଣେ ଅଧ୍ୟାପିକାଙ୍କୁ ରିଜିଓନାଲ କାର୍ଯ୍ୟାଳୟ ଯିବାର ଥିଲା । କିନ୍ତୁ କଲେଜର ଅଧ୍ୟକ୍ଷ କମଳାକାନ୍ତ ବେହେରା ତାଙ୍କୁ ରିଜିଓନାଲ କାର୍ଯ୍ୟାଳୟ ନେବା ବଦଳରେ ନିଜ ଘରକୁ ନେଇଥିଲେ । ଯେଉଁଠାରେ ତାଙ୍କ ସହ ଅସଦାଚରଣ କରିବା ସହ ଦୁର୍ବ୍ୟବହାର କରିଥିବା ନେଇ ସେ ଅଭିଯୋଗ ଆଣିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଅଧ୍ୟକ୍ଷଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ପରେ ତାଙ୍କ ବିରୋଧରେ ଅଭିଯୋଗର ତାଲିକା ବଢିବାରେ ଲାଗିଛି । ସେହିପରି କଲେଜରେ କାର୍ଯ୍ୟ କରୁଥିବା ଅନ୍ୟ 2 ଜଣ ଅଧ୍ୟାପିକାଙ୍କୁ ନିଯୁକ୍ତି ପତ୍ର ଏବଂ ଡୋନେଶନ ଆଳରେ 10 ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଉକ୍ତ 2 ଅଧ୍ୟାପିକା 10 ବର୍ଷରୁ ଅଧିକ ସମୟ କଲେଜରେ କାମ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇନାହିଁ । ବରଂ ବିଭିନ୍ନ ଆଳ ଦେଖାଇ ସେମାନଙ୍କ ନିକଟରୁ ଟଙ୍କା ଠକି ନେଉଥିଲେ । ବାରମ୍ବାର ଟଙ୍କା ମାଗିବାରୁ ସେ ତାଙ୍କୁ ଧମକ ଦେବା ସହ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ଅଧ୍ୟାପିକା ।

ଖାଲି ସେତିକି ନୁହେଁ କଲେଜ ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କ ଷ୍ଟାଇଫେଣ୍ଡ ଟଙ୍କାକୁ ହେରଫେର କରିବା ସହ ଜାଲ ସାର୍ଟିଫିକେଟ୍‌ ଭଳି ଅନେକ କଳା କାରନାମା କରୁଥିବା ଅଧ୍ୟାପିକା ଜଣଙ୍କ ଅଭିଯୋଗ କରିଛନ୍ତି ।


ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details