ବାରିପଦା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ ମହୂଲତିହା ଠାରେ ସହିଦ୍ ବାଘାଯତୀନଙ୍କ ୧୦୪ ତମ ବଳିଦାନ ଦିବସ ପାଳିତ ହୋଇଛି | ଏହି ଅବସରରେ ଅରବିନ୍ଦ ପୂର୍ଣାଙ୍ଗ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ମଶାଲ ଶୋଭାଯାତ୍ରା ବଜାର ପରିକ୍ରମା କରିବା ସହ ବିଦ୍ୟାଳୟ ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା |
ସହିଦ ବାଘାଜତିନଙ୍କ 104 ତମ ବଳିଦାନ ଦିବସ ପାଳିତ - ବାଘାଯତୀନଙ୍କ ବଂଶଜ
ମୟୂରଭଞ୍ଜ ର ମହୂଲତିହା ଠାରେ ଶହୀଦ ବାଘା ଯତୀନଙ୍କ ୧୦୪ ତମ ବଳିଦାନ ଦିବସ ପାଳିତ ହୋଇଛି । ଏଠାରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଯୋଗଦେଇଥିଲେ । ଶହୀଦ ବାଘା ଯତୀନ ପୀଠର ଉନ୍ନତି କରଣ ପାଇଁ ଓଡିଶା ସଂସ୍କୃତି ବିଭାଗ କୁ ହସ୍ତାନ୍ତର କରିବା ପାଇଁ ଚେଷ୍ଟା କରିବେ ବୋଲି ସାଂସଦ କହିଛନ୍ତି ।
ବଳିଦାନ ଦିବସ ପାଳନ ନିମନ୍ତେ ଆୟୋଜିତ ଏହି ମଞ୍ଚରେ ମୁଖ୍ୟ ଅତିଥି ଭାବେ ଭୂବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ, ମୟୁରଭଞ୍ଜ ସାଂସଦ ବିଶେଶ୍ଵର ଟୁଡୁ, ବାରିପଦା ବିଧାୟକ ପ୍ରକାଶ ସୋରେନ, ଉଦଳା ବିଧାୟକ ଭାସ୍କର ମଢେଇ ସମେତ ସହିଦ ବାଘା ଯତୀନଙ୍କ ବଂଶଜ ମାନେ ମଧ୍ୟ ମଞ୍ଚାସିନ ଥିଲେ । ମୁଖ୍ୟ ଅତିଥି ସହିଦଙ୍କ ଫଟୋଚିତ୍ରରେ ପୁଷମାଲ୍ୟ ଅର୍ପଣ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା | ଏହି ଅବସରରେ ବାଘା ଯତୀନଙ୍କ ଉପରେ ଆଧାରିତ ଏକ ପୁସ୍ତକ ଉନ୍ମୋଚିତ ହୋଇଛି । ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ଆଗାମୀ ଦିନରେ ଏହି ବାଘା ଯତୀନ ପୀଠର ଉନ୍ନତି କରଣ କିପରି ହୋଇପାରିବ ଓ ଓଡିଶା ସଂସ୍କୃତି ବିଭାଗ କୁ ହସ୍ତାନ୍ତର ହେବ ସେଥିପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ।
ମୟୂରଭଞ୍ଜ ରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ