ଓଡିଶା

odisha

ETV Bharat / state

ପୁଣି ମହିଳାଙ୍କ ଠାରୁ ଲୁଟ୍: ଝାମ୍ପିନେଲେ ସୁନା ଓ ରୂପା ଥିବା ବ୍ୟାଗ - robberers stole a bag of gold and silver

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହରରେ ଦିନକୁ ଦିନ ଲୁଟେରାମାନେ ସକ୍ରିୟ ହୋଇ ଉଠିଥିବା ଦେଖିବାକୁ ମିଳିଛି । ସାତଦିନ ପୂର୍ବରୁ ଜନୈକ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଏକ ଲକ୍ଷ ଟଙ୍କା ଲୁଟ କରି ନେଇଥିବା ବେଳେ ପୁଣି ଏକ ଘଟଣା ଆଜି ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

robberers stole a bag of gold and silver from the woman
ସହରରେ ପୁଣି ଲୁଟେରା ସକ୍ରିୟ, ମହିଳାଙ୍କ ଠୁ ଝାମ୍ପିନେଲେ ସୁନା ଏବଂ ରୁପା ଥିବା ଏକ ବ୍ୟାଗ

By

Published : Nov 5, 2020, 8:57 PM IST

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସହରରେ ଦିନକୁ ଦିନ ଲୁଟେରାମାନେ ସକ୍ରିୟ ହୋଇ ଉଠିଥିବା ଦେଖିବାକୁ ମିଳିଛି । ସାତଦିନ ପୂର୍ବରୁ ଜନୈକ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଏକ ଲକ୍ଷ ଟଙ୍କା ଲୁଟ କରି ନେଇଥିବାବେଳେ ପୁଣି ଏକ ଘଟଣା ଆଜି ଦେଖିବାକୁ ମିଳିଛି ।

ସହରରେ ପୁଣି ଲୁଟେରା ସକ୍ରିୟ, ମହିଳାଙ୍କ ଠୁ ଝାମ୍ପିନେଲେ ସୁନା ଏବଂ ରୁପା ଥିବା ଏକ ବ୍ୟାଗ

କରଞ୍ଜିଆ ଥାନା ମିର୍ଗୀନାଣ୍ଡି ଗ୍ରାମର ଯନ୍ତ୍ରୀ ନାୟକ ନାମକ ମହିଳା କରଞ୍ଜିଆ ଷ୍ଟେଟ ବ୍ୟାଙ୍କରେ ନିଜର ସୁନା କାନ ଫୁଲ, ହାର ଏବଂ ରୂପାର ପାଉଁଜିକୁ ବନ୍ଧା ଦେଇ ଟଙ୍କା ନେବା ପାଇଁ ଷ୍ଟେଟ ବ୍ୟାଙ୍କକୁ ଯାଇଥିଲେ । ହେଲେ, ବ୍ୟାଙ୍କ କର୍ତ୍ତୃପକ୍ଷ ଉଚିତ ମୂଲ୍ୟ ନ ଦେବାରୁ ସେ ବ୍ୟାଙ୍କରୁ ଫେରୁଥିବାବେଳେ କରଞ୍ଜିଆର ରାଧେ ରାଧେ ଦୋକାନ ପାଖରୁ ଏକ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ମହିଳାଙ୍କ ବ୍ୟାଗକୁ ଝାମ୍ପି ନେଲେ ।

ମହିଳା ଜଣଙ୍କ ବାଇକରୁ ତଳେ ପଡ଼ିଯାଇଥିଲେ ଏବଂ ଜୋରରେ ପାଟି କରିଥିଲେ । କିନ୍ତୁ ସେତିକିବେଳେ ଲୁଟେରାମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ।

ପୋଲିସ ଖବର ପାଇ ରାସ୍ତା କଡ଼ର ସିସିଟିଭି କ୍ୟାମେରା ଏବଂ ଷ୍ଟେଟ ବ୍ୟାଙ୍କର ସି ସି କ୍ୟାମେରାକୁ ଯାଞ୍ଚ କରି ତଦନ୍ତ ଚଳାଇଛି l

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details