ଓଡିଶା

odisha

ETV Bharat / state

ବିସ୍କୁଟ ବାଣ୍ଟି ସୁରକ୍ଷାବାର୍ତ୍ତା ଦେଲା ରାଇରଙ୍ଗପୁର ପୋଲିସ - road safety awarness in rairangpur

ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଜିଲ୍ଲାର ଯାମଦା ଥାନା ଓ ରାଇରଙ୍ଗପୁର ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଜନସାଧାରଣଙ୍କୁ  ସଡକ ସୁରକ୍ଷା ସମ୍ବନ୍ଧରେ ସଚେତନ କରାଯାଇଛି।

road safety awarness
ବିସ୍କୁଟ ବାଣ୍ଟି ସୁରକ୍ଷାବାର୍ତ୍ତା ଦେଲା ରାଇରଙ୍ଗପୁର ପୋଲିସ

By

Published : Jan 13, 2020, 8:25 PM IST

ରାଇରଙ୍ଗପୁର: ଅଭିନବ ଉପାୟରେ ସଡ଼କ ସୁରକ୍ଷା ସଚେତନତା । ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଜିଲ୍ଲାର ଯାମଦା ଥାନା ଓ ରାଇରଙ୍ଗପୁର ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଜନସାଧାରଣଙ୍କୁ ସଡକ ସୁରକ୍ଷା ସମ୍ବନ୍ଧରେ ସଚେତନ କରାଯାଇଛି।

ଯାମଦା ଥାନା ଅଧିକାରୀ ରଞ୍ଜୁ ହାସିନି କୁଲ୍ଲୁଙ୍କ ନେତୃତ୍ବରେ ସୋମବାର ଯାମଦା ଅଞ୍ଚଳରେ ଦୁଇ ଚକିଆ ଯାନ ଚାଳକଙ୍କୁ ସଡକ ସୁରକ୍ଷା - ଜୀବନ ରକ୍ଷା ସମ୍ବନ୍ଧରେ ସଚେତନ କରି ବିସ୍କୁଟ ବଣ୍ଟନ କରାଯାଇଥିଲା। ଏଥିସହ ଯାମଦା ଥାନାର ପୋଲିସ କର୍ମଚାରୀ ମାନେ ହାତରେ ପ୍ଲାକାର୍ଡ ଧରି ସଡକ ସୁରକ୍ଷା ବିଷୟରେ ନାରା ଦେଇ ଯାମଦା ବଜାର ପରିକ୍ରମା କରିଥିଲେ।

ବିସ୍କୁଟ ବାଣ୍ଟି ସୁରକ୍ଷାବାର୍ତ୍ତା ଦେଲା ରାଇରଙ୍ଗପୁର ପୋଲିସ

ଅନ୍ୟପଟେ ରାଇରଙ୍ଗପୁର ସହରର ବିଭିନ୍ନ ସ୍ଥାନରେ ରାଇରଙ୍ଗପୁର ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସଡକ ସୁରକ୍ଷା ସମ୍ବନ୍ଧରେ ପଥପ୍ରାନ୍ତ ନାଟକ କରି ଅଭିନବ ଉପାୟରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଯାହାକୁ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି।

ତେବେ ମୁଖ୍ୟତଃ ଯାନବାହାନ ଚଳେଇଲା ବେଳକୁ ହେଲମେଟ ପିନ୍ଧିବା, ବେପରୁଆ, ଦୃତ ଗତିରେ ଓ ନିଶା ଦ୍ରବ୍ୟ ସେବନ କରି ଗାଡି ନ ଚଳେଇବା, ଟ୍ରାଫିକ ନିୟମ ମାନି ଚଳିବା , ସିଟ ବେଲ୍ଟ ପିନ୍ଧି ଗାଡି ଚଳେଇବା ନେଇ ସଚେତନ କରାଯାଇଥିଲା।


ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details