ଓଡିଶା

odisha

ETV Bharat / state

ପାନୀୟ ଜଳ ପାଇଁ ରାସ୍ତା ଅବରୋଧ - ପାନୀୟ ଜଳ

ପାନୀୟ ଜଳ ପାଇଁ ରାସ୍ତା ଅବରୋଧ । ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୃତି ପରେ ହଟିଲା ଅବରୋଧ । ଅଧିକ ପଢନ୍ତୁ...

road block in nabrangpur for drinking water
ପାନୀୟ ଜଳ ପାଇଁ ରାସ୍ତା ଅବରୋଧ

By

Published : Apr 19, 2021, 7:17 PM IST

ରାଇରଙ୍ଗପୁର: ପାନୀୟ ଜଳ ପାଇଁ ରାସ୍ତା ଅବରୋଧ କଲେ ରାଇରଙ୍ଗପୁର ୱାର୍ଡ଼ ନମ୍ବର ୧୧ ର ବାସିନ୍ଦା। ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବା ବେଳେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ଗାଁ ଗଣ୍ଡାରେ ଲୋକେ ନଦୀ ନାଳକଡରୁ ଚୁଆ ଖୋଳି ପାନୀୟ ଜଳ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଥିବା ବେଳେ ରାଇରଙ୍ଗପୁର ପୌରପାଳିକାରେ ମଧ୍ୟ ବିଶୁଦ୍ଧ ପାନୀୟ ଜଳର ଘୋର ଅଭାବ ଦେଖିବାକୁ ମିଳିଛି। ଫଳରେ ମହିଳାମାନେ ଖାଲି ଗରା ରଖି ରାଇରଙ୍ଗପୁର-ବାରିପଦା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପାଳିକା ର ୧୧ନମ୍ବର ୱାର୍ଡ ରେ ଦୀର୍ଘଦିନ ହେଲା ଜଳ ସଙ୍କଟ ଲାଗି ରହିଛି।

ପାନୀୟ ଜଳ ପାଇଁ ରାସ୍ତା ଅବରୋଧ

ବାରମ୍ବାର ଜନ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନାହିଁ। ଏପରିକି ପୌରପାଳିକା ଅଞ୍ଚଳରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ଆଜି ୱାର୍ଡ଼ ନଂ ୧୧ର ମହିଳା ମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିଲେ । ରାସ୍ତା ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ଗାଡି ଛିଡା ହୋଇଥିଲା । ପରେ ରାଇରଙ୍ଗପୁର ତହସିଲଦାର, ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ ଟାଉନ ଥାନା ଆଇଆଇସି ଧାରଣାରତ ମହିଳାଙ୍କୁ ବୁଝାସୁଝା କରି ପାନୀୟ ଜଳଯୋଗାଣରେ ଅବହେଳା ନ ହବାର ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧରୁ ହଟିଥିଲେ ମହିଳା।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details