ଓଡିଶା

odisha

ETV Bharat / state

କୋଭିଡ ରୋଗୀଙ୍କ ମୃତଦେହ ସଂସ୍କାରକୁ ବିରୋଧ କରି ରାସ୍ତା ଅବରୋଧ - ମୟୂରଭଞ୍ଜ ଖବର

ବାରିପଦା ସହର ରଘୁନାଥପୁର ମଇଳା ଖାଦାନ ନିକଟରେ କୋଭିଡରେ ମୃତ୍ୟୁବରଣ କରିଥିବା ରୋଗୀଙ୍କ ମୃତଦେହ ଦାହକୁ ବିରୋଧ କରି ରାସ୍ତା ଅବରୋଧ କଲେ ଅଞ୍ଚଳବାସୀ। ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି । ଅଧିକ ପଢନ୍ତୁ.....

କୋଭିଡ ରୋଗୀଙ୍କ ମୃତଦେହ ସଂସ୍କାରକୁ ବିରୋଧ କରି ରାସ୍ତା ଅବରୋଧ
କୋଭିଡ ରୋଗୀଙ୍କ ମୃତଦେହ ସଂସ୍କାରକୁ ବିରୋଧ କରି ରାସ୍ତା ଅବରୋଧ

By

Published : Sep 23, 2020, 7:27 PM IST

ବାରିପଦା : କୋଭିଡ ରୋଗୀଙ୍କ ମୃତଦେହ ସଂସ୍କାରକୁ ବିରୋଧ କରି ରାସ୍ତା ଅବରୋଧ । ବାରିପଦା ସହର ରଘୁନାଥପୁର ମଇଳା ଖାଦାନ ନିକଟରେ କୋଭିଡରେ ମୃତ୍ୟୁବରଣ କରିଥିବା ରୋଗୀଙ୍କ ମୃତଦେହ ଦାହକୁ ବିରୋଧ କରି ରାସ୍ତା ଅବରୋଧ କଲେ ଅଞ୍ଚଳବାସୀ ।

କୋଭିଡ ରୋଗୀଙ୍କ ମୃତଦେହ ସଂସ୍କାରକୁ ବିରୋଧ କରି ରାସ୍ତା ଅବରୋଧ

ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ରଘୁନାଥପୁର ମଇଳା ଖାଦାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ରୋଗୀଙ୍କ ମୃତଦେହ ଦାହ କରାଯାଉଛି । ତେବେ ସ୍ଥାନୀୟ ଅଞ୍ଚଳବାସୀ ଏହାକୁ ବିରୋଧ କରି ବାରିପଦା-କୋଷ୍ଠା ରାସ୍ତା ଅବରୋଧ କରିଥିଲେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ଜିଲ୍ଲା ପ୍ରଶାସନ କୋରୋନାରେ ପୀଡିତ ହୋଇ ମୃତ୍ୟୁବରଣ କରିଥିବା ମୃତଦେହକୁ ଆଣି ଏଣେ ତେଣେ ପକାଇ ଦେଉଛନ୍ତି । ଦାୟିତ୍ବହୀନ ଭାବେ ମୃତଦେହକୁ ମଧ୍ୟ ରାତ୍ରିରେ ନିଆଁ ଲଗାଇ କର୍ମଚାରୀମାନେ ନିଜ ନିଜ ଘରକୁ ଫେରିଯାଉଛନ୍ତି ।

ଏନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ବାରିପଦା-କୁଷ୍ଠା ମୁଖ୍ୟ ରାସ୍ତା ଅବରୋଧ ଫଳରେ ଉଭୟ ପଟରେ ଲମ୍ବା ଧାଡିରେ ଗାଡି ଛିଡ଼ା ହୋଇଥିବାବେଳେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ବାରିପଦା ପୋଲିସ ଓ ବାରିପଦା ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକରୁ ହଟିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details