ରାଇରଙ୍ଗପୁର : ମୟୂରଭଞ୍ଜ ଟାଉନଥାନା ଅନ୍ତର୍ଗତ ରାଇରଙ୍ଗପୁର-ଜଶିପୁର ରାସ୍ତାରେ ସଡକ ଦୁର୍ଘଟଣା । ସ୍କୁଟି ଚାଳକଙ୍କୁ ଧକ୍କା ଦେଲେ ପଲସର ଚାଳକ । ଫଳରେ ସ୍କୁଟି ଚାଳକ ଅଜୟ କୁମାର ପୁଥାଳଙ୍କ ମୃତ୍ୟୁ ହୋଇଥିବାବେଳେ ବାଇକ ଚାଳକଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।
ସୂଚନା ଅନୁଯାୟୀ ଗତକାଲି ରାତିରେ ଅଜୟ କୁମାର ପୁଥାଳ ସ୍କୁଟି ଯୋଗେ ଜଗନ୍ନାଥ ମାର୍କେଟରୁ ଘରକୁ ଯାଉଥିବା ସମୟରେ ରାଇରଙ୍ଗପୁର ପଟ ଏକ ପଲସର ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଅଜୟ ତଳେ ପଡିଯାଇଥିଲେ, ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇ ପଲସର ଚାଳକ ଜଣକୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବାଇକ ଚାଳକ ଜଣଙ୍କୁ ଅଟକ ରଖିଥିଲା ।