ଓଡିଶା

odisha

ETV Bharat / state

ମାଆକୁ ଦେଖିବାକୁ ଯାଉଥିଲେ ଡାକ୍ତରଖାନା, ଟ୍ରଲର ଚାପାରେ ଯୁବକ ମୃତ - ଦୁଇଟି ବାଇକ ମୁହାଁମୁହିଁ ଧକ୍କା

ମାଆକୁ ଦେଖିବାକୁ ଡାକ୍ତରଖାନା ଯାଉଥିବା ବେଳେ ଟ୍ରଲର ଚାପାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ । ଅଧିକ ପଢନ୍ତୁ

road accident in Mayurbhanj
road accident in Mayurbhanj

By

Published : Mar 28, 2023, 2:01 PM IST

road accident in Mayurbhanj

ରାଇରଙ୍ଗପୁର:ମୟୂରଭଞ୍ଜରେ ସଡକ ଦୁର୍ଘଟଣା । ମାଆକୁ ଦେଖିବାକୁ ଡାକ୍ତରଖାନା ଯାଉଥିବା ବେଳେ ଟ୍ରଲର ଚାପାରେ ଯୁବକଙ୍କ ମୃତ୍ୟୁ । ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କୁରୁଳିଆ ପେଟ୍ରୋଲ ପମ୍ପ ନିକଟସ୍ଥ ୨୨୦ନମ୍ବର ଜାତୀୟ ରାଜପଥରେ ଏଭଳି ଘଟଣା ଦେଖିବାକୁ ମିଳିଛି । ତେବେ ମୃତ ଯୁବକ ଜଣକ ବନମାଳୀ ତୁଙ୍ଗ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ପ୍ରାୟ ୭.୩୦ ମିନିଟ ସମୟରେ କୁରୁଳିଆ ପେଟ୍ରୋଲ ପମ୍ପ ନିକଟସ୍ଥ ୨୨୦ ନଂ ଜାତୀୟ ରାଜପଥରେ ଦୁଇଟି ବାଇକ ବିପରୀତ ଦିଗରୁ ଆସୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା । ଏନେଇ ବାଇକରୁ ଜଣେ ଯୁବକ ଜାତୀୟ ରାଜପଥ ଉପରେ ଛିଟିକି ପଡ଼ି ଯାଇଥିଲେ । ସେହି ରାସ୍ତାରେ ଅନ୍ୟ ଏକ ଟ୍ରଲର ଯାଉଥିବା ସମୟରେ ଉକ୍ତ ଯୁବକଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଟ୍ରଲରଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

ତେବେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ତାଙ୍କ ମାଆଙ୍କୁ ଦେଖିବା ପାଇଁ ଏକ ବାଇକ ଯୋଗେ ଦୁଇ ଜଣ ବ୍ୟକ୍ତି ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହିତ ମୁହାଁମୁହିଁର ଧକ୍କା ହୋଇଥିଲା । ଫଳରେ ଟ୍ରଲର ଚାପାରେ ବନମାଳୀଙ୍କ ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଦୁଇ ଜଣ ବାଇକ ଆରୋହୀ ଆହତ ହୋଇଥିଲେ । ପରେ ସ୍ଥାନୀୟ ଲୋକେ ଉଭୟ ଆହତଙ୍କୁ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ପଠାଇ କରଞ୍ଜିଆ ପୋଲିସକୁ ଖବର ଦେଇଥିଲେ । ସେପଟେ ଉକ୍ତ ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା ।

ଏଥିସହ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକେ ୨୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି କ୍ଷତିପୂରଣ ଦାବି କରିଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ କରଞ୍ଜିଆ ଥାନା ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝସୁଝା କରିବା ସହିତ କ୍ଷତି ପୂରଣ ରାଶି ପ୍ରଶାସନ ତରଫରୁ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ରାସ୍ତା ଅବରୋଧ ହଟିଥିଲା । ପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ମେଡିକାଲ ପଠାଇଥିଲା ପୋଲିସ । ସେପଟେ ଆଜି ମୃତଦେହ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ଏଥିସହ ଦୁର୍ଘଟଣା ଘଟାଇ ଟ୍ରଲରଟି ଖସି ଯାଇଥିବା ବେଳେ ୪୯ ନମ୍ବର ଜାତୀୟ ରାଜପଥର ଟଙ୍ଗାବିଲା ନିକଟରୁ ଲୋକେ ଗାଡିକୁ ଅଟକ ରଖିଥିବା ସୂଚନା ରହିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details