ବାରିପଦା:ମୟୂରଭଞ୍ଜରେ ଅଟୋ ଓଲଟି 8 ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ମୟୂରଭଞ୍ଜର ଜାରଡା ଗାଁରୁ ଚାଷ କାର୍ଯ୍ୟ ସାରି ଏକ ଅଟୋ ଯୋଗେ 8 ଜଣ ଫେରୁଥିଲେ । ହେଲେ ଅଟୋଟି ଜୁଆଳିଆ ଛକ ଠାରେରାସ୍ତା ପାର୍ଶ୍ଵରେ ଥିବା ଚାଷ ଜମିକୁ ଭାରସାମ୍ୟ ହରାଇ ଓଲଟିପଡିଥିଲା l ଅଟୋରେ ଥିବା ଡ୍ରାଇଭରଙ୍କ ସମେତ ଆଠ ଜଣ ଆହତ ହୋଇଥିଲେ ।
ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଅଟୋ, 8 ଆହତ - ମୟୁରଭଞ୍ଜରେ ସଡକ ଦୁର୍ଘଟଣା
ମୟୂରଭଞ୍ଜରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଅଟୋ, ଆଠ ଆହତ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ....
ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଅଟୋ, ଆଠ ଆହତ
ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଅଟୋ, ଆଠ ଆହତ
ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା । ଉଦଳା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି। ତେବେ ଚାଷ କାମ କରି ଫେରୁଥିବା ଲୋକମାନେ ଜୁଆଳିଆ ଗାଁର ବୋଲି ଜଣାପଡିଛି l
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ