ଓଡିଶା

odisha

By

Published : Sep 1, 2020, 9:23 AM IST

Updated : Sep 1, 2020, 9:37 AM IST

ETV Bharat / state

ଅଜଣା ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାଜପଥ ଅଵରୋଧ

ମୟୂରଭଞ୍ଜରେ ଅଜଣା ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ । କ୍ଷତିପୂରଣ ଦାବିରେ ରାଜପଥ ଅଵରୋଧ କଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

road accident in mayurbhanj, 1 death
ଅଜଣା ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାଜପଥ ଅଵରୋଧ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଗଡଗଡ଼ିଆ ଛକରେ ଅଜଣା ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ। ମୃତକ ଜଣକ ହେଲେ ଗଡଗଡ଼ିଆ ଗାଁର ବିପିନ ଚନ୍ଦ୍ର ମହାନ୍ତ। କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ କରିଥିଲେ ଗ୍ରାମବାସୀ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅଜଣା ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାଜପଥ ଅଵରୋଧ

ସୂଚନା ଅନୁଯାୟୀ ବୃଦ୍ଧ ଜଣଙ୍କ ସୋମବାର ରାତିରେ ରାଜପଥ ପାରି ହେଉଥିବା ବେଳେ ଏକ ଅଜଣା କାର ଧକ୍କା ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇ କାରଟି ଘଟଣାସ୍ଥଳରୁ ପଳାଇ ଯାଇଥିଲା । ତେବେ ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ଦୀର୍ଘ ତିନି ଘଣ୍ଟା ରାସ୍ତା ଅବରୋଧ କରିଥିଲେ। ଖବର ପାଇବୈଶିଙ୍ଗା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡ଼ିକାଲକୁ ପଠାଇଛି । ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Sep 1, 2020, 9:37 AM IST

ABOUT THE AUTHOR

...view details