ଓଡିଶା

odisha

By

Published : Jan 10, 2023, 1:00 PM IST

ETV Bharat / state

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଅଟୋ-ପିକ ଅପ ଭ୍ୟାନ୍‌ ମୁହାଁମୁହିଁ ଧକ୍କାରେ 3 ମୃତ

ବାରିପଦା ସହର ଥାନା ଅନ୍ତର୍ଗତ ଦେଉଳି ରାସ୍ତା ବାଙ୍କୀଷୋଳ ନିକଟରେ ଅଟୋ ଓ ପିକ୍‌ଅପ୍‌ ଭ୍ୟାନ୍‌ ମୁହାଁମୁହିଁ ଧକ୍କାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛି । ଅଧିକ ପଢ଼ନ୍ତୁ

road accident in baripada
road accident in baripada

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ଦେଉଳି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଟୋ ଓ ପିକଅପ୍ ମୁହାଁମୁହିଁ ଧକ୍କା । ଫଳରେ ଘଟଣା ସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ବାରିପଦା ସଦର ଥାନା ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି ।

ଅନ୍ୟପକ୍ଷରେ ଗୁରୁତର ଅବସ୍ଥାରେ ଥିବା ଜଣଙ୍କୁ ଚିକିତ୍ସା ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତକ ମାନଙ୍କର ପରିଚୟ ମିଳି ନ ଥିବା ବେଳେ ପୋଲିସ ଘଟଣା ସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛନ୍ତି ।

ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ନିମଡିହି ଗ୍ରାମ ନିକଟସ୍ଥ ୨୨୦ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଯୋଗୁଁ ଚାଲିଯାଇଥିଲା ବାଇକ ଆରୋହୀଙ୍କ ଜୀବନ । ବହଳଦା ଥାନା ଅନ୍ତର୍ଗତ ଝାଡଗାଁ ଗ୍ରାମର ତାପସ ମିଶ୍ର ଏକ ବାଇକ ଯୋଗେ ତାଙ୍କ ଆଠ ବର୍ଷର ପୁଅକୁ ଟିଉସନରେ ଛାଡି ଦେଇ ଫେରୁଥିଲେ । ସେହି ସମୟରେ ଏକ କାର ଦୃତ ଗତିରେ ଆସି ବିପରୀତ ଦିଗରୁ ତାଙ୍କ ବାଇକକୁ ଧକ୍କା ଦେଇଥିଲା । ବାଇକକୁ ଧକ୍କା ଦେଇ କାରଟି ଭାରସାମ୍ୟ ହରାଇ ସେହି ଜାତୀୟ ରାଜପଥରେ କୋଚିଂ ପାଇଁ ସାଇକେଲ ଯୋଗେ ଯାଉଥିବା 2 ଜଣ କଲେଜ ଛାତ୍ରୀଙ୍କୁ ମଧ୍ୟ ଧକ୍କା ଦେଇଥିଲା । ଫଳରେ ବାଇକ ଚାଳକ ତାପସ ମିଶ୍ର ଓ ଦୁଇ ଜଣ କଲେଜ ଛାତ୍ରୀ ରାସ୍ତା କଡକୁ ଛିଟିକି ପଡ଼ିଥିଲେ।

ଏନେଇ ଘଟଣା ସ୍ଥଳରେ ଥିବା ସ୍ଥାନୀୟ ଲୋକେ 3 ଜଣଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା କୁ ପଠାଇଥିଲେ। ହେଲେ ତାପସ ମିଶ୍ର ଙ୍କୁ ବହଳଦା ଡାକ୍ତରଖାନା ନିଆ ଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସେହିପରି ଅନ୍ୟପଟେ ବହଳଦା ଭାଟିସାହି ର ଦୁଇ ଜଣ କଲେଜ ଛାତ୍ରୀ ନାକି ହେମ୍ବ୍ରମ ଓ ଫୁଲ ସୋରେନଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ଅଣା ଯାଇଥିଲା । ସେଠାରେ ସେମାନଙ୍କର ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ଉଭୟଙ୍କୁ ବାରିପଦା ପିଆରଏମ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି ।

ଇଟିଭି ଭାରତ, ମୟୁରଭଞ୍ଜ

ABOUT THE AUTHOR

...view details