ETV Bharat Odisha

ଓଡିଶା

odisha

ETV Bharat / state

ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର - ରାଇରଙ୍ଗପୁରରେ ସଡକ ଦୁର୍ଘଟଣା

ଯାମଦାରୁ 2ଯୁବକ ଏକ ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ଦୁମାଡିହି ଗ୍ରାମ ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଦୃତ ଗତିରେ ପଳାଇ ଯାଇଥିଲା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଅଜଣା ଗାଡ଼ି ଧକ୍କାରେ ବାଇକ ରେ ଥିବା ଜଣେ ମୃତ, ଜଣେ ଗୁରୁତର
ଅଜଣା ଗାଡ଼ି ଧକ୍କାରେ ବାଇକ ରେ ଥିବା ଜଣେ ମୃତ, ଜଣେ ଗୁରୁତର
author img

By

Published : May 24, 2020, 8:26 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅଧୀନ ଦୁମାଡ଼ିହି ଗ୍ରାମ ନିକଟରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି ।

ଅଜଣା ଗାଡ଼ି ଧକ୍କାରେ ବାଇକ ରେ ଥିବା ଜଣେ ମୃତ, ଜଣେ ଗୁରୁତର

ସୂଚନାନୁଯାୟୀ, ଯାମଦାରୁ 2ଯୁବକ ଏକ ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ଦୁମାଡିହି ଗ୍ରାମ ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଦୃତ ଗତିରେ ପଳାଇ ଯାଇଥିଲା । ଖବରପାଇ ଯାମଦା ଅଗ୍ନିଶମ ବିଭାଗ ଗୁରୁତର ଅବସ୍ଥାରେ ପଡିଥିବା 2ଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ ।

ତେବେ ଡାକ୍ତର ସେଠାରେ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କ ଗୁରୁତର ଅବସ୍ଥାରେ ଚିକିତ୍ସା ଜାରି ରହିଛି । ମୃତକ ଜଣକ ହେଲେ ରାଇରଙ୍ଗପୁରର କରୁଣାକର ମାଝୀ ଓ ଗୁରୁତର ଜଣକ ରାଜୀବ ମାହାଲି ବୋଲି ଜଣାପଡିଛି । ଏନେଇ ଯାମଦା ଥାନା ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details