ରାଇରଙ୍ଗପୁର: ଜାତୀୟ ରାଜପଥରେ 2ଟି ମାଲ ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା । ଏହି ସଡକ ଦୁର୍ଘଟଣାରେ 2 ଟ୍ରକର ଉଭୟ ଚାଳକ ଗୁରୁତର ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଖଡମବେଡା ଗାଁ ନିକଟସ୍ଥ ୪୯ନଂ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।
ସୂଚନାନୁଯାୟୀ, ରାତି ପ୍ରାୟ ୯.୩୦ ସମୟରେ ବିପରୀତ ଦିଗରୁ ଆସୁଥିବା 2ଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଉଭୟ ଟ୍ରକର ଚାଳକ ଗୁରୁତର ଅବସ୍ଥାରେ ଚାପି ହୋଇ ଟ୍ରକ ମଧ୍ୟରେ ରହିଯାଇଥିଲେ । ଏନେଇ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି (WB23D2288) ନଂ ବିଶିଷ୍ଟ ଟ୍ରକରୁ ଚାଳକକୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପରେ ଗୁରୁତରଙ୍କୁ ବାରିପଦା ପି ଆର୍ ଏମ୍ ସ୍ଥାନାନ୍ତର କରାଯାଇଛି । ସେହି ଚାଳକ ଜଣକ ହେଲେ ବିହାର ସମସ୍ତିପୁରର ଭାଦେୟା ଅଞ୍ଚଳର ଧର୍ମେନ୍ଦ୍ର ମହାନ୍ତ ।