ଓଡିଶା

odisha

ETV Bharat / state

ଡିଜିଟାଲ ଓଜନ କଣ୍ଟାରେ ହେରଫେର କରି ଚାଷୀଙ୍କୁ ଠକେଇ ଅଭିଯୋଗ - Rice traders cheat to farmers

ଧାନ କିଣିବା ବେଳେ ଚାଷୀଙ୍କୁ ଠକିବାର ନୂଆ ପ୍ରଣାଳୀ ଆପଣେଇଛନ୍ତି ଧାନ ବ୍ୟବସାୟୀ । ଡିଜିଟାଲ ଓଜନ କଣ୍ଟାରେ ହରଫେର କରି ରିମୋଟ ମାଧ୍ୟମରେ ବ୍ୟବସାୟୀ ଠକୁଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ସୁନାପୋଷି ଗ୍ରାମରେ । ଅଧିକ ପଢନ୍ତୁ...

ଡିଜିଟାଲ ଓଜନ କଣ୍ଟାରେ ହେରଫେର କରି ବ୍ୟବସାୟୀଙ୍କ ଦ୍ବାରା ଚାଷୀଙ୍କୁ ଠକେଇ ଅଭିଯୋଗ
ଡିଜିଟାଲ ଓଜନ କଣ୍ଟାରେ ହେରଫେର କରି ବ୍ୟବସାୟୀଙ୍କ ଦ୍ବାରା ଚାଷୀଙ୍କୁ ଠକେଇ ଅଭିଯୋଗ

By

Published : Aug 19, 2021, 7:42 AM IST

ରାଇରଙ୍ଗପୁର: ଡିଜିଟାଲ ଓଜନ କଣ୍ଟାରେ ହେରଫେର କରି ବ୍ୟବସାୟୀଙ୍କ ଦ୍ବାରା ଚାଷୀଙ୍କୁ ଠକେଇ ଅଭିଯୋଗ । ଧାନ କିଣିବା ବେଳେ ଚାଷୀଙ୍କୁ ଠକିବାର ନୂଆ ପ୍ରଣାଳୀ ଆପଣେଇଛନ୍ତି ଧାନ ବ୍ୟବସାୟୀ । ଡିଜିଟାଲ ଓଜନ କଣ୍ଟାରେ ହେରଫେର କରି ରିମୋଟ ମାଧ୍ୟମରେ ବ୍ୟବସାୟୀ ଠକୁଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ସୁନାପୋଷି ଗ୍ରାମରେ।

ଡିଜିଟାଲ ଓଜନ କଣ୍ଟାରେ ହେରଫେର କରି ବ୍ୟବସାୟୀଙ୍କ ଦ୍ବାରା ଚାଷୀଙ୍କୁ ଠକେଇ ଅଭିଯୋଗ

ଲ୍ୟାମ୍ପରେ ମିଲର ଏବଂ ବ୍ୟବସାୟୀମାନଙ୍କ ରାଜୁତି ଚାଲୁଥିବା ବେଳେ ଟୋକନ ପାଇ ମଧ୍ୟ ଚାଷୀ ଧାନ ବିକି ପାରୁ ନାହିଁ, ଆଉ କିଛି ଚାଷୀ ଟୋକନ ବି ପାଇ ପାରୁନାହାଁନ୍ତି । ଫଳରେ ଲ୍ୟାମ୍ପରେ ସରକାରୀ ଦର ୧,୮୮୮ ଟଙ୍କା ରହିଥିବାବେଳେ ୧'୨୦୦ ଟଙ୍କା ଦରରେ ବ୍ୟବସାୟୀଙ୍କୁ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ବ୍ୟବସାୟୀମାନେ ଗାଁ ଗାଁ ବୁଲି କମ ଦରରେ ଧାନ କିଣୁଥିବା ବେଳେ ଡିଜିଟାଲ ଓଜନ କଣ୍ଟାରେ ସର୍କିଟ୍ ଲଗାଇ ରିମୋଟ ଦ୍ବାରା ନିୟନ୍ତ୍ରଣ କରି ପ୍ରତ୍ୟେକ ଧାନ ବସ୍ତାରେ ୧୨ରୁ ୧୫ କେଜି ଓଜନ କମ ଦେଖାଇ ଠକୁଥିବା ଜଣାପଡ଼ିଛି । ଯାହାଫଳରେ ଚାଷୀ ଦିନରାତି ପରିଶ୍ରମ ଦ୍ବାରା ଉପାର୍ଜିତ ନିଜ ଅମଳର ସଠିକ ମୂଲ୍ୟ ପାଇ ନପାରି କ୍ଷତି ସହୁଥିବା ଅଭିଯୋଗ ହୋଇଛି।

ତେବେ ସୁନାପୋଷି ଗ୍ରାମର ଚାଷୀ ନର୍ସିଂ ବାସ୍କେଙ୍କ ଠାରୁ ଉକ୍ତ ଧାନ ବ୍ୟବସାୟୀ ଧାନ କିଣୁଥିବାବେଳେ ଏହା ପ୍ରମାଣିତ ହୋଇଛି । ଏପଟେ ବ୍ୟବସାୟୀ ଜଣକ ଗ୍ରାମବାସୀଙ୍କୁ ଠକୁଥିବା ଘଟଣା ପଦାକୁ ଆସିବା ପରେ ଗ୍ରାମବାସୀ ଏକତ୍ରିତ ହେଉଥିବା ଦେଖି ଭୟରେ ଗାଡି ଓ କର୍ମଚାରୀଙ୍କୁ ଛାଡି ଫେରାର ହୋଇଯାଇଥିଲେ ବ୍ୟବସାୟୀ ଜଣକ। ପରେ ଗ୍ରାମବାସୀ ନିୟୋଜିତ ଶ୍ରମିକଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ସୂଚନାପାଇ ତିରିଂ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଦୋଷୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details