ଓଡିଶା

odisha

ETV Bharat / state

ବନ୍ୟା ବିପନ୍ନଙ୍କୁ ରିଲିଫ ବାଣ୍ଟିଲା କଂଗ୍ରେସ - ମୟୁରଭଞ୍ଜ ଖବର

ବଡସାହି ସମେତ ଜିଲ୍ଲାର ଅନ୍ୟ ବନ୍ୟାଞ୍ଚଳରେ ବିପନ୍ନଙ୍କୁ କଂଗ୍ରେସ ପକ୍ଷରୁ ରିଲିଫ ବଣ୍ଟନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Relief distribut
Relief distribut

By

Published : Aug 30, 2020, 10:25 PM IST

ବାରିପଦା:ମୟୁରଭଞ୍ଜ ଜିଲ୍ଲା ବଡସାହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ରିଲିଫ ବଣ୍ଟନ କରାଯାଇଛି। କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ନେତୃତ୍ୱରେ ରିଲିଫ ବଣ୍ଟନ କରାଯାଇଛି।

ବନ୍ୟା ବିପନ୍ନଙ୍କୁ କଂଗ୍ରେସ ପକ୍ଷରୁ ରିଲିଫ ବଣ୍ଟନ

ଲଘୁଚାପ ଜନିତ ଲଗାଣବର୍ଷାରେ ମୟୂରଭଞ୍ଜ ଜିଲ୍ଲାର ବଡସାହି ନିର୍ବାଚନମଣ୍ଡଳୀରେ ବୁଢାବଳଙ୍ଗ ଓ ଗଙ୍ଗାହାର ନଦୀର ବନ୍ୟା ଦେଖାଦେଇଥିଲା । ବନ୍ୟାପଣି ମାଡି ଯିବା ଫଳରେ ବେତନଟୀ ଓ ବଡସାହି ବ୍ଲକର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଫଳରେ ବନ୍ୟା କ୍ଷତିଗ୍ରସ୍ତଙ୍କୁ ରବିବାର କଂଗ୍ରେସ ପକ୍ଷରୁ ରିଲିଫ ବଣ୍ଟନ କରାଯାଇଛି। ବାଲେଶ୍ବର କଂଗ୍ରେସ ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ନେତୃତ୍ବରେ ବଡସାହି କଂଗ୍ରେସ ତରଫରୁ ରିଲିଫ ବଣ୍ଟନ କରାଯାଇଛି ।

ରବିବାର ନବଜ୍ୟୋତି ପଟ୍ଟନାୟକ ବେତନଟୀ ବ୍ଲକ ଅନ୍ତର୍ଗତ ପାଟଳିପୁରା ଗ୍ରାମ ପଞ୍ଚାୟତରେ ରିଲିଫ ବଣ୍ଟନ କରିଛନ୍ତି । ଏହା ସହିତ କେନ୍ଦୁଆ ପଞ୍ଚାୟତର ଚୁଆପଦା ଗାଁ ଏବଂ ଗଡଦେଉଳିଆ ପଞ୍ଚାୟତର ଫଚପୋଖରୀ ଗାଁରେ ସୁଖିଲା ଖାଦ୍ୟ ମଧ୍ୟ ବାଣ୍ଟିଛନ୍ତି । ଏହି ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ରେ କଂଗ୍ରେସ ଜିଲ୍ଲା ସଭାପତି ହେମନ୍ତ ଦାସଙ୍କ ସହ ବହୁ କଂଗ୍ରେସ ନେତା ଉପସ୍ଥିତ ରହି ସହଯୋଗ କରିଥିଲେ ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details