ଓଡିଶା

odisha

ETV Bharat / state

କୋରୋନାରୁ ମୁକ୍ତି ଦେଇପାରେ କାଇ-ଜନ୍ଦା ଚଟଣୀ, ପରୀକ୍ଷା ପାଇଁ ଚାଲିଛି ପ୍ରୟାସ - red ant chutney

ଆଦିବାସୀଙ୍କ ସୁସ୍ଵାଦୁ ଖାଦ୍ୟ ଜଙ୍ଗଲୀ କାଇ-ଜନ୍ଦା ଚଟଣୀ ଖାଇଲେ ଭଲ ହୁଏ ଥଣ୍ଡା, ଜ୍ବର ଓ କାଶ । ସେହିପରି ଗଳା ସଂକ୍ରମଣରୁ ମଧ୍ୟ ମିଳେ ରକ୍ଷା । ଯେଉଁଥିଲାଗି ଏଥିରେ କୋରୋନା ଔଷଧ ତିଆରି ହୋଇପାରିବା ନେଇ ଆଶା କରାଯାଉଛି । ଦେଖନ୍ତୁ ଏହି ରିପୋର୍ଟ...

କୋରୋନାର ମୁକ୍ତି ଦେଇପାରେ କାଇ-ଜନ୍ଦା ଚଟଣୀ, ପରୀକ୍ଷା ପାଇଁ ଚାଲିଛି ପ୍ରୟାସ
କୋରୋନାର ମୁକ୍ତି ଦେଇପାରେ କାଇ-ଜନ୍ଦା ଚଟଣୀ, ପରୀକ୍ଷା ପାଇଁ ଚାଲିଛି ପ୍ରୟାସ

By

Published : Jun 30, 2020, 12:18 PM IST

Updated : Jun 30, 2020, 1:00 PM IST

ବାରିପଦା: କାଇ-ଜନ୍ଦା ଚଟଣୀରୁ ହୋଇପାରିବ କୋରୋନା ମେଡିସନ୍‌ ! ସୁସ୍ଥ ହୋଇପାରିବେ କୋଭିଡ୍‌ ଆକ୍ରାନ୍ତ ! ଆଦିବାସୀଙ୍କ ସୁସ୍ଵାଦୁ ଖାଦ୍ୟ, ଜଙ୍ଗଲୀ କାଇଜନ୍ଦା ଚଟଣୀ । ମୟୂରଭଞ୍ଜ ଜିଲ୍ଲାର ଘଞ୍ଚ ଜଙ୍ଗଲରେ ବିଭିନ୍ନ ଗଛରେ ବସାବାନ୍ଧି ଥିବା ଜଙ୍ଗଲୀ କାଇଜନ୍ଦାକୁ ଆଦିବାସୀ ମାନେ ସଂଗ୍ରହ କରି ଏହାକୁ ଖାଦ୍ୟ ରୂପେ ଖାଇଥାନ୍ତି ।

କୋରୋନାରୁ ମୁକ୍ତି ଦେଇପାରେ କାଇ-ଜନ୍ଦା ଚଟଣୀ, ପରୀକ୍ଷା ପାଇଁ ଚାଲିଛି ପ୍ରୟାସ

ଜଙ୍ଗଲୀ କାଇ-ଜନ୍ଦା ସହ ଅଦା, ରସୁଣ, ପିଆଜ, କଳାଜିରା ଓ ଧଣିଆପତ୍ର ମିଶାଇ ଏହାକୁ ଚଟଣୀ କରାଯାଏ । ଏହି ଚଟଣୀ ଖାଇଲେ ଜ୍ବର, ଥଣ୍ଡା, କାଶ ସହ ଗଳା ସଂକ୍ରମଣରୁ ରକ୍ଷା ମିଳିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ ବୋଲି କୁହାଯାଏ ।

ତେବେ କାଇ-ଜନ୍ଦା ଚଟଣୀରୁ ଥଣ୍ଡା ଜାତୀୟ ରୋଗ ଭଲ ହେଉଥିବାରୁ ଏଥିରୁ କୋରୋନା ଭ୍ୟାକସିନ ତିଆରି ହୋଇପାରିବ ବୋଲି ଆଶା କରାଯାଉଛି । ଯେଉଁଥିଲାଗି ଏହାର ଗବେଷଣା ତଥା ବୈଜ୍ଞାନିକ ପରୀକ୍ଷା ନିରୀକ୍ଷା କରିବାକୁ ଉଦ୍ୟମ ଜାରି ରଖିଛନ୍ତି ଆଦିବାସୀ ଇଞ୍ଜିନିୟର ନୟାଧର ପଡିଆଲ । ଏଥିଲାଗି ସେ ଆଇସିଏମଆର, ଆୟୁଷ ମନ୍ତ୍ରଣାଳୟ, ପ୍ରଧାନମନ୍ତ୍ରୀ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ 13 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

ଆଇସିଏମଆର ଏଥିପ୍ରତି ଆଗ୍ରହ ଦେଖାଇବା ସହ ଏହାକୁ ଆୟୁଷ ମନ୍ତ୍ରଣାଳୟ ଅଧୀନରେ କାମ କରୁଥିବା କାଉନସିଲ ଅଫ୍ ସାଇନ୍ସ ଆଣ୍ଡ ରିସର୍ଚ୍ଚକୁ ତଥ୍ୟ ଦେବାକୁ ପରାମର୍ଶ ଦେଇଛନ୍ତି । ଏହି ଚଟଣୀ ଖାଇଲେ ଥଣ୍ଡା ଜାତୀୟ ରୋଗରୁ ମୁକ୍ତି ମିଳୁଥିବାରୁ ଏହା ଉପରେ ଗବେଷଣା କଲେ କୋରୋନା ଔଷଧ ପ୍ରସ୍ତୁତ ହୋଇପାରିବ ବୋଲି ଆଶା କରାଯାଉଛି ।

ସୂଚନାଥାଉକି, ଭାରତ ବାୟୋଟିକ ପ୍ରସ୍ତୁତ ପ୍ରଥମ କୋରୋନା ଭ୍ୟାକସିନ କରିଛି । ଯାହାକୁ ମଣିଷ ଶରୀରରେ ପରୀକ୍ଷଣ ପାଇଁ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ଆଇସିଏମଆର ଅନୁମତି ଦେଇଛି । ଯାହାର ନାଁ ’କୋଭିକ୍ସିନ‘ ରଖାଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Jun 30, 2020, 1:00 PM IST

ABOUT THE AUTHOR

...view details