ମୟୂରଭଞ୍ଜ: ପ୍ରକୃତିର ଧୋକା ପରେ ସରକାରଙ୍କ ଉପରେ ଚାଷୀଙ୍କ ଥାଏ ଆଶା । କିନ୍ତୁ ସରକାର ଯେତେବେଳେ ସହଯୋଗ ବଦଳରେ ହତାଦର କରନ୍ତି, ସେତେବେଳେ କୁଆଡେ ଯିବେ ଚାଷୀ । କାହାକୁ ଜଣାଇବେ ନିଜ ଦୁଃଖ। ସରକାରଙ୍କ ଶସ୍ତା ଯୋଜନାରେ ଏବେ ହୀନସ୍ତା ଚାଷୀ । ସେପଟେ ପଞ୍ଚାୟତ ଓ ବ୍ଲକ ଅଧିକାରୀଙ୍କ ଭିତରେ ରହୁନାହିଁ ତାଳମେଳ । ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟୁରିଆ ଗ୍ରାମବାସୀ ।
ସୁଲଭ ମୂଲ୍ୟରେ ଚାଷୀଙ୍କୁ ଯୋଗାଯାଉଛି ସାର ଓ ବିହନ । କିନ୍ତୁ ଏ ସାର କେତେ ଉପଯୋଗୀ ତାହା କେବଳ ଚାଷୀ ହିଁ ଜାଣେ । ଚଳିତ ବର୍ଷ ବର୍ଷା ନଥିବାରୁ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ କରାଯାଇଥିଲା । କିନ୍ତୁ ଭରସା ଥିଲା ସରକାରଙ୍କ ଯୋଜନା ତାଙ୍କୁ କିଛି ଆଶ୍ବାସନା ଦେବ । ହେଲେ ପ୍ୟାକେଟ ଖୋଲିବାରୁ ସାର ବଦଳରେ ବାହାରୁଛି ପଥର, ପଲିଥିନ, ଘାସ ।