ବାରିପଦା: ଦେଶରେ ଗରିବଙ୍କ ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । 2015 ରେ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି । ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଏହି ଯୋଜନାରେ ନିର୍ମାଣ ହୋଇଛି ଘର । ହେଲେ ପ୍ରକୃତ ହିତାଧିକାରୀ ଏଯାଏଁ ଘର ଖଣ୍ଡିଏ ନପାଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ।
କିଏ ଭଙ୍ଗା ଦଦରା ଚାଳ ଘରେ ପଡି ରହିଛି ତ ଆଉ କିଏ ପାଇଖାନାରେ କାଟୁଛି ଜୀବନ । ସେପଟେ ଏହି ଯୋଜନାରେ ଅନେକଙ୍କୁ ଘର ମିଳିଥିଲେ ବି ଅସମ୍ପୂର୍ଣ୍ଣ ଭାବେ ପଡି ରହିଛି । ଏହାସହ ଘର ପାଇଥିବା ଗରିବ ଆଦିବାସୀ ହିତାଧିକାରୀ ଦଲାଲଙ୍କ ହାବୁଡ଼ରେ ପଡି ଲୁଟର ଶିକାର ହେଉଥିବା ମଧ୍ୟ ଅଭିଯୋଗ ହେଇଛି ।