ବାରିପଦା: ଚନ୍ଦ୍ର ଗ୍ରହଣ ସମୟରେ ହେତୁବାଦୀ ସଂଗଠନ ତରଫରୁ ଚିକେନ ବିରିୟାନୀ ଖାଇବାକୁ ନେଇ ହେତୁବାଦୀ ଏବଂ ପରମ୍ପରାବାଦୀ ମଧ୍ୟରେ ଯୁକ୍ତିତର୍କ ହେବା ସହ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାକୁ ନେଇ ବାରିପଦା ଜଗନ୍ନାଥ ମନ୍ଦିର ସମ୍ମୁଖରେ ହେତୁବାଦୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ସେବାୟତ ସଂଘ ।
ଏହା ମଧ୍ୟ ପଢନ୍ତୁ: ମାଳଦ୍ୱୀପର ଲଜ୍ରେ ଭୟାବହ ଅଗ୍ନିକାଣ୍ଡ, ୯ ଭାରତୀୟ ଜୀବନ୍ତ ଦଗ୍ଧ ସୂଚନା
ଓଡିଶା ମନ୍ଦିର ସେବାୟତ ସଙ୍ଘ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ବାରିପଦା ଜଗନ୍ନାଥ ମନ୍ଦିର ସମ୍ମୁଖରେ ହେତୁବାଦୀମାନଙ୍କୁ ଚପଲରେ ମରିବା ପରେ ସେମାନଙ୍କର କୁଶ ପୁତ୍ତଳିକା ଦାହ କରାଯାଇଛି । ମଙ୍ଗଳବାର ଚନ୍ଦ୍ରଗ୍ରହଣରେ ହେତୁବାଦୀମାନେ ଜଗନ୍ନାଥଙ୍କ ନିକଟରେ ଆମିଷ ଭୋଗ ଲଗାଇବା ଓ ରାମାୟଣରେ ରାମ ସୀତା ଲକ୍ଷ୍ମଣଙ୍କୁ ନେଇ କଟୁ ମନ୍ତବ୍ୟକୁ ଘୋର ବିରୋଧ କରିଛି ସେବାୟତ ସଂଘ । ଏ ଭଳି ଘଟଣାକୁ ନିନ୍ଦା କରିବା ସହିତ ସେମାନଙ୍କ କୁଶ ପୁତ୍ତଳିକା ଦାହ କରିଛି ରାଜ୍ୟ ମନ୍ଦିର ସେବାୟତ ସଙ୍ଘ । ହେତୁବାଦୀମାନଙ୍କ ପଛରେ ବିଦେଶ ଟଙ୍କା ଖର୍ଚ୍ଚ କରାଯାଇ ଧର୍ମନ୍ତିକରଣ କରାଯାଉଥିବା ରାଜ୍ୟ ମନ୍ଦିର ସେବା ସଙ୍ଘଠନର ସଭାପତି କାମେଶ୍ୱର ତ୍ରିପାଠୀ ଅଭିଯୋଗ ଆଣିଛନ୍ତି ।