ଓଡିଶା

odisha

ରାସଗୋବିନ୍ଦପୁର ପୋଲିସକୁ ସଫଳତା, 3 ବ୍ରାଉନସୁଗାର ବେପାରୀ ଗିରଫ

By

Published : Jul 15, 2021, 1:54 PM IST

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ପୋଲିସ ତିନି ଜଣ ବ୍ରାଉନ ସୁଗାର ଚାଲାଣକାରୀକୁ ଗିରଫ କରିବା ସହ ୫୦ ହଜାର ଟଙ୍କାର ବ୍ରାଉନ ସୁଗାର ଜବତ କରିଛି। ଅଧିକ ପଢନ୍ତୁ.....

ରାସଗୋବିନ୍ଦପୁର ପୋଲିସକୁ ସଫଳତା, 3 ବ୍ରାଉନସୁଗାର ବେପାରୀ ଗିରଫ
ରାସଗୋବିନ୍ଦପୁର ପୋଲିସକୁ ସଫଳତା, 3 ବ୍ରାଉନସୁଗାର ବେପାରୀ ଗିରଫ

ବାରିପଦା: ଜିଲ୍ଲା ରାସଗୋବିନ୍ଦପୁର ପୋଲିସକୁ ମିଳିଛି ବଡ଼ ସଫଳତା । ଅମର୍ଦାରୋଡ ରାସଗୋବିନ୍ଦପୁର ମୁଖ୍ୟ ରାସ୍ତାର ବାଜପେୟୀ ଛକରୁ ୩ ଜଣ ବ୍ରାଉନସୁଗାର ଚାଲାଣକାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫୦ ହଜାରରୁ ଅଧିକ ଟଙ୍କାର ଓ ବ୍ରାଉନ ସୁଗାର ଜବତ କରାଯାଇଛି ।

ରାସଗୋବିନ୍ଦପୁର ପୋଲିସକୁ ସଫଳତା, 3 ବ୍ରାଉନସୁଗାର ବେପାରୀ ଗିରଫ

ଏଥିସହ ୨ଟି ବାଇକ୍ ଓ ୩ଟି ମୋବାଇଲ ଜବତ କରିଛି ପୋଲିସ । ତେବେ ଅଭିଯୁକ୍ତ ମାନେ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅଞ୍ଚଳର ଏସ୍କେ କରିମୁଦିନ, କୁଳିଅଣା ଥାନା ଅଞ୍ଚଳର ସୁବାସ ଚନ୍ଦ୍ର ମାଝୀ ଓ ଶାନ୍ତନୁ ଖମାରୀ । ଏମାନେ ବସ୍ତା ବ୍ଲକ ଅଞ୍ଚଳରୁ ବ୍ରାଉନସୁଗାର ନେଇ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଅଞ୍ଚଳରେ ବିକ୍ରି କରୁଥିଲେ |

ତେବେ ଏକ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ସେମାନଙ୍କ ଉପରେ ଚଡାଉ କରିଥିଲେ । ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ଏହି ରାକେଟରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ରାସଗୋବିନ୍ଦପୁର ପୋଲିସ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details